STORYMIRROR

Sitansu Jena

Romance Fantasy

4  

Sitansu Jena

Romance Fantasy

ଶ୍ରାବଣ ସଞ୍ଜ

ଶ୍ରାବଣ ସଞ୍ଜ

1 min
404


ଶ୍ରାବଣ କହୁଛି କଦମ୍ବ କୁ ଦେଖି

ମଧୁର ମିଳନ କଥା

ମାଟି ଭିଜିଅଛି ପ୍ରେମର ବର୍ଷାରେ

ନାହିଁ ମନେ ତାର ବ୍ୟଥା

ଆକାଶ ଭାବୁଛି ଆକୁଳ ନୟନେ

ସମ୍ପର୍କ ର ମଧୁ ଗାଥା

ଶ୍ରାବଣ କହୁଛି କଦମ୍ବ କୁ ଦେଖି

ମଧୁର ମିଳନ କଥା.........।


ଅନ୍ତରେ ତାର ଅନେକ ଭାବନା

କା ଆଗେ ପାରିବ କହି

ମାଟି ହିଁ ବୁଝିଛି ଆକାଶର କୋହ

ଗଢ଼ିଛି ଆମକୁ ବିହି

ସୁରୁଜ ଯେସନ ପଦୁଅଁ ର ପ୍ରାଣ

ଚନ୍ଦ୍ର ପାଇଁ ଫୁଟେ କଇଁ

ଅନ୍ତରେ ତାର ଅନେକ ଭାବନା

କା ଆଗେ ପାରିବ କହି....।


ଫୁଲକୁ ଭଅଁର ଦେଉଥାଏ ଵୋକ

ନଈ ଯାଏ ବହିବହି

ଉଦାର ସମୁଦ୍ର ଆପଣେଇ ନିଏ

ତରଙ୍ଗର ଛୁଆଁ ଦେଇ

ପ୍ରେମର ପାରିଧି ପାର ହେବା ପାଇଁ

ଜାତନା ଯାଇଛ ସହି

ଫୁଲକୁ ଭଅଁର ଦେଉଥାଏ ଵୋକ

ନଈ ଯାଏ ବହିବହି.......।।


Rate this content
Log in

Similar oriya poem from Romance