ଶପଥ
ଶପଥ
ସେ ଦିନର କଥା ମନେ କି ପଡୁନି
କରିଥୁଲୁ ତୁହି ଶପଥ
ମୋତେ କେବେ ତୁମେ ଏକା କରିବନି
ଛୁଇଁ ଥିଲଜ୍ଵଳନ୍ତ ଦୀପ ।
ଯେତେ ଝଡଝଞ୍ଜା ଆସୁ ଛାଡିବନି
ମୋହର ହସ୍ତ
ମାରିଲେ ମରିବା ମିଳିଲେ ଜିତିବ
ଏହା ଥିଲା ତୁମ ଶପଥ ।
ଅଧାଵାଟଟାରେ କରିଦେଲ ଏକା
ହାତ ମୋର ଛାଡି ଗଲ
ସଂସାର ହାଟରେ ଏକା କରି ଦେଲ
ହେଉଅଛି କଲବଲ।
ଭରସା ପାଉନି କି ପରି ବଞ୍ଚିବି
ତୁମେ ଦେଖିଲ ଧୋକା
ପର ମଣିଷ କି ଆପଣା ହୋଇବେ
ମନରେ ଉପୁଜେ ଶଙ୍କା ।
ସେ ପୁରୀରୁ ରହି କଳାସାଆନ୍ତକୁ
ମୋ ପାଇଁ ଗୁହାରି କର
ଯଥା ଶୀଘ୍ର ମୋତେ ତୁମ ସାଙ୍ଗ କରନ୍ତୁ
ତୁମ ଶପଥ ପୁରଣ କରି।
