STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଶନି ଦେବ

ଶନି ଦେବ

1 min
8


ପୁରାଣ ପୋଥିରେ ଶନିଙ୍କ ମହିମା

ଭିନ୍ନ ଭିନ୍ନ ମତ ଧାରେ

ଗ୍ରହ ରାଜ ସହ ଦେବତା ମାନ୍ୟତା

ଶନି ଗ୍ରହଙ୍କ ନାମରେ

ପିତା ସୂର୍ଯ୍ୟ ଦେବ ମାତା ଛାୟା ପ୍ରତି

ଆରୋପ ପ୍ରସଙ୍ଗ ଧାରେ

ପୁତ୍ର ଭାବେ ଶନି ତପସ୍ୟାରେ ମଗ୍ନ

ମାତାଙ୍କ ଅପମାନରେ

କଠୋର ତପସ୍ୟା ଧାରେ ମହାଦେବ

ବର ପ୍ରଦାନ ଧାରାରେ

ଗ୍ରହ ରାଜ ସହ ନ୍ୟାୟର ଦେବତା

ମାନ୍ୟତା ପ୍ରାପ୍ତ ଅଚିରେ

ନବ ଗ୍ରହ ମଧ୍ୟେ ସର୍ବ ଶ୍ରେଷ୍ଠ ସ୍ଥାନ

ଗ୍ରହ ରାଜ ପଦବୀ ରେ

ପୃଥିବୀ ଲୋକରେ ନ୍ୟାୟାଧୀଶ ଭାବେ

ଦଣ୍ଡାଧିକାରୀ ରୂପରେ

କର୍ମ ଫଳ ଦାତା ହିସାବରେ ସ୍ଥାନ

ଦେବତା ମଧ୍ୟରେ ଗଣା 

ଶନି ଗ୍ରହ ପ୍ରତି ଅହେତୁକ ଭୟ

ଏ ଯୁଗ ଲୋକଙ୍କୁ ଜଣା


ବୈଜ୍ଞାନିକ ମତ ,ପୌରାଣିକ ତଥ୍ୟ

ଅଛି ଶନିଙ୍କ ନାମରେ

ସୂର୍ଯ୍ୟ ଆଲୋକରେ ଶନି ଅନ୍ଧାରରେ

ସୂର୍ଯ୍ୟ ଠୁ ବହୁ ଦୂରରେ

ସୂର୍ଯ୍ୟଙ୍କ ଉତ୍ତପ୍ତ, ଶନି ଶିଥିଳତା 

ପୁଣି ଧୂଳି ଓ ଧୂସର

ଅଧିପତି ଭାବେ ରହିଛି ମାନ୍ୟତା

ଶବଦାହ ମଶାଣୀ ର 

ଶନି ଦେବ ନାମେ ମୃତ୍ୟୁ ଅଧିପତି

ସୂର୍ଯ୍ୟ ଆତ୍ମା, ଜୀବ ସତ୍ତା

ମୃତ୍ୟୁର ବାହକ ଶନି ଦେବ ପୁଣି

ହିନ୍ଦୁ ଧର୍ମରେ ମାନ୍ୟତା


ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ

ମହତ୍ତ୍ୱ ଅଛି ଅକ୍ଷୁର୍ଣ୍ଣ

ଦୁଃଖ ରୋଗ ସହ ଯନ୍ତ୍ରଣା ଓ ଆୟୁ

କାରକ ଭାବେ ଗଣନ

କୁମ୍ଭ ଆଉ ମକର ରାଶିର ରାଜା 

ଶନି ଦେବଙ୍କ ନାମରେ

ତୁଳା ରାଶି ଉଚ୍ଚେ, ମେଷ ରାଶି ନୀଚେ 

ଜ୍ୟୋତିଷ ଗଣନା ଧାରେ

ଶନିଙ୍କର ଗତି ସବୁଠାରୁ ଧୀର

ଅଢେଇ ବର୍ଷ ସମୟ

ଗମନାଗମନ କାଳ ସହିତରେ

ଦଶା ସାତ ବର୍ଷ ଥୟ 


ଜ୍ୟୋତିଷ ଶାସ୍ତ୍ରରେ ରାଶି ଫଳ ଧାରେ 

ବୁଧ ,ଶୁକ୍ର ବନ୍ଧୁ ସମ

ସୂର୍ଯ୍ୟ,ଚନ୍ଦ୍ର ଓ ମଙ୍ଗଳ ସହଜେ

ଶତ୍ରୁତା ପରି ବିଷମ

ଶନି ଗ୍ରହ ଅବା ଶନି ଦଶା ପ୍ରତି

ମଣିଷ ମନରେ ଭୟ

ଶନି ଦେବ କିନ୍ତୁ ନ୍ୟାୟର ପୂଜାରୀ

ସତ୍ୟନିଷ୍ଠ ଙ୍କୁ ସହାୟ 


 










Rate this content
Log in

Similar oriya poem from Abstract