ଶକ୍ତି ସ୍ଵରୂପା ମାଆ
ଶକ୍ତି ସ୍ଵରୂପା ମାଆ
ମାଆ ତୁମରି କୃପାରେ ଚାଲୁଛି
ଏହି ବିଶାଳ ସଂସାର
ଦିନ ରାତି ହୁଏ ଆତଯାତ
ରୋଗ ଦୁଃଖ ହୋଇ ଯାଏ ଦୂର ।
ତୁମେ ସ୍ନେହମୟୀ ମମତମୟୀ
ମଙ୍ଗଳଦାୟିନୀ ତୁମେ
ଭକ୍ତ ଦେଖିଲେ ହୋଇଯାଏ ଖୁସି
ଆବିର୍ଭାବ ହୁଅ ଯେବେ ଧାମେ ।
ଗାଁ ରୁ ସହର ଉତ୍ସବ ମୁଖର
ଖୁସି ଆଉ ଆନନ୍ଦ ଥାଏ ମନରେ
ସବୁ କର୍ମଚାରୀ ପାଇଥା'ନ୍ତି ଛୁଟି
ଗାଁ କୁ ଯାଇଥାନ୍ତି ବୁଲି ଦଶହରାରେ ।
ଆଶ୍ଵିନ ମାସ ଶରତ ଋତୁ
ଶୁକ୍ଳପକ୍ଷ ସପ୍ତମୀଠାରୁ
ଚାରିଆଡ଼ ଦୁର୍ଗାପୂଜା ହୁଏ
ଭକ୍ତ ଛୁଟିଥା'ନ୍ତି ସୁଦୂରରୁ ।
ପୁରାଣରେ ବର୍ଣ୍ଣିତ ଅଛି
ପ୍ରଭୁ ରାମଚନ୍ଦ୍ର ଦିନେ
ରାବଣ ବଧ ପୂର୍ବରୁ ଦୁର୍ଗାଙ୍କୁ
ପୂଜିଥିଲେ ଭକ୍ତି ମନେ ।
ସେହିଦିନଠାରୁ ପ୍ରତି ସ୍ଥାନେ
ଦୁର୍ଗାପୂଜା ହୁଅଇ ପାଳିତ
ତୋରଣ ଓ ସାଜସଜ୍ଜା ଦେଖି
ଭକ୍ତ ମନ ହୁଏ ପ୍ରଫୁଲ୍ଲିତ ।
ଚାଲ ଦଶହରାରେ ଟିକେ ବୁଲି ଯିବା
ଦୁର୍ଗାପୂଜା ମେଢ଼ ଦେଖି
ଦୁର୍ଗାପୂଜା ପରେ ରାବଣପୋଡ଼ିର
ଦୃଶ୍ୟେ ମନ ଯାଏ ଲାଖି ।
