STORYMIRROR

Sarojini Mishra

Classics

4  

Sarojini Mishra

Classics

ଶକ୍ତି ସ୍ୱରୂପିଣୀ ମା' ଭବାନୀ

ଶକ୍ତି ସ୍ୱରୂପିଣୀ ମା' ଭବାନୀ

1 min
4


ସୁନୀଳ ନଭରେ ହସେ ରୂପାଜହ୍ନ

ଧରାବକ୍ଷେ କାଶତଣ୍ଡୀ

ଶୁଭ୍ର ଶୋଭା ନେଇ ଶାଶ୍ଵତ ଛନ୍ଦରେ

ଧରଣୀ ହୋଇଛି ମଣ୍ଡି ।


ଅଜୋନୀ ସମ୍ଭୁତା ଦୁରିତ ନାଶିନୀ

ସର୍ବ ଦେବ ତେଜୁ ଜାତ

ଯୁଗେ ଯୁଗେ ମାଗୋ ଧରଣୀର ଭାର

କରିଅଛୁ ତୁହି ହତ ।

  • ଦେବ ତେଜପୁଞ୍ଜ ସର୍ବ ଦେବ ଅସ୍ତ୍ରେ
  • ମଣ୍ଡିତା ମାଗୋ ଭବାନୀ

ସକଳ ଶକ୍ତି ର ଆଧାର ତୁମେ ଗୋ

ଅମ୍ବିକା ଯେ କାତ୍ୟାୟନୀ |


ଶକ୍ତିମୟୀ ମାଗୋ ଶିବଙ୍କ ତେଜରୁ

ତୁମରି ମୁଖ ମଣ୍ଡଳ

ବିଷ୍ଣୁ ଙ୍କ ତେଜରୁ ବାହୁ ଦ୍ଵୟ ତୁମ

ଯମଙ୍କ ତେଜୁ କୁନ୍ତଳ ।


ସୂର୍ଯ୍ୟ ତେଜେ ମାତା ପଦର ଅଙ୍ଗୁଳୀ

ଚନ୍ଦ୍ରଙ୍କ ତେଜୁ ବକ୍ଷୋଜ

ବସୁ ତେଜେ ହସ୍ତ ଆଙ୍ଗୁଳୀ ର ସୃଷ୍ଟି

ଦଶ ଆୟୁଧ ରେ ସଜ ।


ପ୍ରଜାପତି ତେଜେ ଦନ୍ତ ଫକ୍ତି ମାତ

ବାୟୁ ତେଜେ ଦୁଇ କର୍ଣ୍ଣ

ସର୍ବ ଅଙ୍ଗ ଦେବ ତେଜ ପୁଞ୍ଜେ ସୃଷ୍ଟି

ମା ଭବାନୀ ଶକ୍ତି ପୂର୍ଣ୍ଣ ।


ଶକ୍ତି ପ୍ରଦାୟିନୀ ଅଭୟ ଦାୟିନୀ

ଶକ୍ତି ମୟୀ ମା ଭବାନୀ

ମା ସିଂହ ବାହିନୀ ଦନୁଜ ନାଶିନୀ

ତିନିପୁର ର ଜନନୀ ।


ସତ୍ୟଯୁଗ ମାତା ଶୁମ୍ଭ ନିଶୁମ୍ଭକୁ

ନାଶ କଲ ଶକ୍ତିମୟୀ

ମହିଷାକୁ ମାରି ଦେବଗଣେ ଦେଲ

ଅଭୟ ଯେ ମହାମାୟୀ |


ଅଧର୍ମ ବିନାଶି ଧର୍ମ ସଂସ୍ଥାପନା

ଅସତ୍ୟେ ସତ୍ୟ ପ୍ରକାଶ

ଦୃଷ୍ଟ ସିଂହାରିଣୀ ଜଗତ ପାଳିନୀ

ଧରା କର ମା' ଉଶ୍ୱାସ ।


ଶକ୍ତି ର ଆଧାର ଶକ୍ତି ସ୍ୱରୂପିଣୀ

ଶକ୍ତିମୟୀ ମା' ଭବାନୀ

ନବଦିନ ଯାତ୍ରା ଶେଷ କରି ମାତ

ବିଜୟା ର ଆଗମନୀ |


ସତ୍ୟରେ ମହିଷ ତ୍ରେତୟା ରେ ମାଗୋ

ରାବଣେ କରିଲ ହତ

ଶକ୍ତିମୟୀ ମାଗୋ ପାପୀ ନାଶ କର

ଉସ୍ବାଶ ହେଉ ଜଗତ |


ଆଗୋ ଶକ୍ତିମୟୀ ନବ ଦିନେ ମାଗୋ

ନବଦୁର୍ଗା ବେଶେ ଉଭା

ତୁମ ଆଗମନେ ଧରଣୀ ରାଣୀର

ବଢ଼ି ଯାଇ ଅଛି ଶୋଭା ।


ଆଶିଷ ଦିଅ ମା' ଶକ୍ତି ପ୍ରଦାୟିନୀ

ମନରେ ସାହସ ଭର

ତୁମ ଆଶିଷରେ ଏ ଧରା ବକ୍ଷରେ

ଭରୁ ଶାନ୍ତି- ମୈତ୍ରୀ ସୁର ।




Rate this content
Log in

Similar oriya poem from Classics