STORYMIRROR

pratap nayak

Abstract Others

3  

pratap nayak

Abstract Others

ଶିଶୁର ଦୁଃଖ

ଶିଶୁର ଦୁଃଖ

1 min
286


ବାଷ୍ପାନୁକୂଳିତ ବିଛଣାରେ 

ମୋ ଦରୋଟି ହସକୁ ଦେଖିବାକୁ 

ନା ବେଳ ଅଛି ମା'ର ବା ବା'ର

ହଜେଇଛି କେଉଁ କାଳୁ ତୁଳାଶେଯ

ଭୋକ ହେଲେ ନା କାନ୍ଦୁଛି

ନା ବୁଢା ଆଙ୍ଗୁଠି ଚୁଚୁମୁଛି

କାଠିଲଗା ଝୁମୁକା ବେଲୁନ୍

ନାଲିନେଳି ପ୍ଲାଷ୍ଟିକର ପେଣ୍ଡୁ

ତାଳ ବରଡାରେ ଘଣ୍ଟା ମୁଦି

ମାଟି ଘୋଡା ରାଜାରାଣୀ

ମୋ ପାଇଁତ ସାତ ସପନ

କେଉଁକାଳୁ ଭୁଲିଲିଣି 

ଧୂଳିବାଲି ଘର

ସ୍ନେହବୋଳା ନାନାବାୟା ଗୀତ

ଘୁ ଘୁ ପାଞ୍ଚି ଅବା ସୁଆଲୋ ସାରିଲୋ

ଟିଙ୍ଗି ଟିଙ୍ଗି ବାଜା କି ବୋଉଚୋରି 

ଲୁଚିଲାଣି କାହିଁ କେଉଁ ତମାଳମାଳରେ

ଡାଇପର ପିନ୍ଧା ମୋ ଅବୟବ

ଆୟା ପୁଣି ଠିଆ କରେ ମତେ

ଚକଲଗା ଗାଡିର ଭିତରେ

ନା ମୁଁ ମୋ ଦୁଃଖ କହିପାରେ

ନା ମୋ ନରମ ଅଣ୍ଟା ସଳଖି 

ଠିଆ ହୋଇପାରେ

କାନ୍ଦ ବନ୍ଦ ପାଇଁ ଟିଭି କାର୍ଟୁନ

ଅବା ଆଣ୍ଡ୍ରୋଏଡ ମୋବାଇଲ

ହଉ ଆଖି ଖରାପ ,

ଖାଇବାକୁ ପ୍ଲାଷ୍ଟିକ ବୋତଲ କ୍ଷୀର

ମ୍ୟାଗି ନୁଡୁଲସ୍ ଅବା କୁରକୁରେ ଥଳି

ଦି ବର୍ଷୁ ପିଠିରେ ମୋର ବଥାକରେ

ଦୁଇଗୁଣ ଓଜନର ସ୍କୁଲ ବ୍ୟାଗ

କୁହତ !

କୁହତ ସ୍କୁଲଗାଡିରେ ବସି ଗଲାବଳେ

ମୁଁ କଣ ଶିଶୁ ହୋଇଥାଏ?

 ଆୟା ଛଡା ନା ମୁଁ ଚିହ୍ନେ

ଜେଜେ ମା ଦାଦା ଖୁଡି ପିଉସି କାହାକୁ 

ସତରେ ଜନ୍ମ ହେଉ ହେଉ ମୁଁ ବଢିଯାଏ

ମୁଁ ନିଜକୁ ତିଆରେ ନିଜପାଇଁ

ମୁଁ ନିଜକୁ ତିଆରେ ନିଜପାଇଁ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract