ଶିଶୁ
ଶିଶୁ
ଶିଶୁଟିଏ ମୁଁ ଜାଣିନି କିଛି
ମାଁ, ବାପା ଯଉଠା କହନ୍ତି ତାହା ଶିଖିଛି,
କେତେ ରାଗ ରୁଷା ଅଭିମାନ
ସବୁ ମୁଁ ମୋ ଆଖିରେ ଦେଖୁଛି l
କହନ୍ତି ପୁଅ ମୋ ଖାଇଦେ ଟିକେ
ନ ହେଲେ ଭୁତ ଆସିକି ନେଇଯିବ ସତେ,
ଶୋଇପଡ ମୋ ଧନ କହି
ମୋ ମାଁ, ବାପା କଳି ହୁଅନ୍ତି କେତେ l
ଲୁଚି ଲୁଚି ମୁଁ ସବୁ ଦେଖୁଥାଏ
ଆଖିରୁ ଲୁହ ମୋ ଝରୁ ଥାଏ,
ମୁଁ ତାଙ୍କ ପାଖକୁ ଯାଇ ପଚାରେ କଣ ହେଲା
ରାଗିକି ମୋ ମାଁ ଚୁପରୁହ କୁହେ l
ମୁଁ ଛୋଟ ଛୁଆ ଜାଣିନି କିଛି
ବଡ ଲୋକଙ୍କ କଥାରେ ମୁଣ୍ଡ ପୁରାଏ ,
ଖାଇବା, ପଢିବା ମୋରି କାମ
ମୋ ମାଁ, ବାପା ସେଇ କଥା କହୁଥାଏ l
ଦିନେ ମୁଁ ଉଚ୍ଚିତ ଶିକ୍ଷା ଦେଇଛି
ଛୋଟ ଛୁଆ ମୁଁ ଜାଣିନି କିଛି କହିଛି,
ଜାଣିଶୁଣି ପରୀକ୍ଷାରେ କିଛି ନ ଲେଖି
ମୁଁ ନିଜେ ଫେଲ ହୋଇ ଯାଇଛି l
ମାଁ, ବାପା ରାଗିକି ପଚାରିଲେ ମତେ
ବର୍ଷସାରା କଣ ପଢୁଥିଲି,
ମୁଁ ବି ରାଗିକି ତାଙ୍କୁ ଉତ୍ତର ଦେଇଥିଲି
ତୁମ କଳିକଜ୍ୟା ସବୁ ପରୀକ୍ଷାରେ ଲେଖିଥିଲି l
ମାଁ, ବାପା ମୋ ଅନୁତାପ କଲେ
ମୋ ଆଗରେ କ୍ଷମା ପ୍ରାଥନା କଲେ,
ଆଉ କେବେ ରାଗ, ରୁଷା ହେବୁନି କହି
ସ୍ନେହରେ ଦିଜଣ ମତେ ଜାବୁଡ଼ି ଧରିପକେଇଲେ l