STORYMIRROR

Debadatta Jena

Classics Inspirational Children

3  

Debadatta Jena

Classics Inspirational Children

ଶିଶୁ

ଶିଶୁ

1 min
233

ହେ କଅଁଳ ଅବୋଧ ଶିଶୁ 


ଏବେ ଏବେ ତ ତୁମେ ଭୂମିଷ୍ଠ, 


ଏ ଅମୃତର ଧରା ବକ୍ଷରେ 


ନିରୀହତାର ମୂର୍ତ୍ତିମନ୍ତ ପ୍ରତୀକ, 


କେଉଁ ଅପାର ସମ୍ଭାବନାରେ, 


ଅଜସ୍ର ନିଷ୍ପାପ ଆଖିରେ ତୁମ 


କରୁଣତାର ନିଖୁଣ ସ୍ପର୍ଶ,


ବହୁ ମଧୁର ଭାବାବେଗରେ 


ଆଖିରେ କୋମଳତାର ନିର୍ଯାସ, 


ସେଇ ଗଭୀର ନିଷ୍କପଟତାରେ


ପାଦରେ ଦୁର୍ବାର ଲଙ୍ଘିବାର 


ପ୍ରବଳ ଇଚ୍ଛା,ଅଦମ୍ୟ ଉଛ୍ୱlସରେ 


ପାପୁଲିରେ ମଧୁ ସ୍ଚମ୍ବନର ମୁଦ୍ରା, 


ସୁଗଭୀର ତୃପ୍ତ ଆବେଗରେ,  


ବୁକୁରେ ବତ୍ସଲ୍ୟତାର ମୋହ, 


ଅସମ୍ଭବ ଉସ୍ଚୁକତା ରେ!


ହେ ନିଷ୍କପଟ ନିରଳସ ଆତ୍ମା, 


ତୁମ ସୃଜନୀରେ ସେ ଅଦୃଶ୍ୟ 


ଦୃଷ୍ପାପ୍ୟ ଶକ୍ତି ଯେ ସନ୍ନିହିତ, 


ସେ ଇପ୍ସିତ ମନୋବାଞ୍ଛା ଯେ 


ପରିପୂର୍ଣ ରୂପ ଅପ୍ରକାଶ୍ୟ, 


ସେ ସୁନ୍ଦର ଭବିଷ୍ୟତ ରୂପ ପାଉ 


ସତ୍ୟ, ଶିବ ସୁନ୍ଦର ଦିବ୍ୟତାରେ 


ଏଇ ସୋମ୍ୟ ଧରଣୀ ବକ୍ଷରେ!


ଯୁଗେ ଯୁଗେ ହୁଅ ଅବତାର, 


ଯୁଗ ଶ୍ରେଷ୍ଠ ଯୁଗାଦ୍ଧିର ଅନ୍ତରାଳେ, 


କୃଷ୍ଣ ରୂପେ ଅବତର କେବେ, 


ପୁଣି ଈଶ୍ୱର, ଆଲ୍ଲା,ଯୀଶୁ,କେବେ, 


ରାମ, ପର୍ଶୁରାମ ଅବା ଗୁରୁ 


ଗ୍ରଂଥ ସାହେବ,ଏ ସୃଷ୍ଟିରରେ ଯେ 


ଏକ ଅଭିନ୍ନ,ନାମ ଅନେକ ସ୍ବରୂପେ, 


ଏ ଧରାବତରଣେ, ନିର୍ବିକାର ଚିତ୍ତେ 


ସ୍ୱୟଂ ନାରାୟଣ ଯେ ତୁମେ!


ମାଟିର ପିଣ୍ଡୁଳା ତୁମେ, ନିଅ ସାକାର 


ନିର୍ବିକାର ରୂପ, ସେ ସଂଶୟ ହେଉ 


ଦୂରୀଭୂତ, ପାଇ ତୁମ ସିଦ୍ଧ ସ୍ୱରୂପ, 


ଅବିଳମ୍ବେ ନାଶ ହେଉ,ଧରା ପୃଷ୍ଠ


ହିଂସା ଦ୍ୱେଷ, କପଟ ବିଦ୍ରୋହ, ଆଉ 


ମହ ମହ ବାସି ଉଠୁ ଏ ମୁଲକ, 


ଏ ମାଟି ମମତ୍ୱର କ୍ଳେଶ, କ୍ଲୀଷ୍ଟ, 


ହସି ଉଠୁ ଏ ଧରା ବକ୍ଷ, ଅଜସ୍ର 


ସମୃଦ୍ଧି ଉନ୍ନତି ପାଇ ତୁମରି ବାତ୍ସଲ୍ୟ!


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics