STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଶିରୀହୀନ

ଶିରୀହୀନ

1 min
185


ଦେଖି ହେଉ ନାହିଁ ବିଚ୍ଛିନ୍ନାଚଳ,


         ଶିରୀହୀନ ଆମ୍ଭ ବିଚ୍ଛିନ୍ନାଚଳ।


ମାତୄଭାଷା ନାହିଁ ବିଚ୍ଛିନ୍ନାଚଳେ


         ଆଦର ନାହିଁକି ବିଚ୍ଛିନ୍ନାଚଳେ।


ଓଡ଼ିଆ ବହି ନାହିଁ ପଢିବାକୁ


          ଧ୍ୟାନ ନାହିଁ କାର ଆମ ଭାଷାକୁ।


ଶିରୀହୀନ କଲେ ଆମ୍ଭ ଭାଷାକୁ,


           ଓଡ଼ିଆ ଭୂମି ଓଡ଼ିଆ ଭାଷାକୁ।


କର୍ମକୁ ଆଦରି ରହନ୍ତି ସର୍ବେ,


           ପ୍ରଭୁ ଧ୍ୟାନ ମଧ୍ୟ ନ ପଡେ କେବେ।


ଶୁଭେ ରୋଦନ ଚତୁର୍ଦୀଗେ ଏବେ


           ଏହି ଭାଷା ଶୂନ୍ୟ ଭୂମିର ରାବେ।


ଜଗନ୍ନାଥଙ୍କ ର ଦୟା ହୋଇବ,


           ପ୍ରଭୁଙ୍କର ଧ୍ୟାନ ନିଶ୍ଚେ ହୋଇବ।


ଓଡ଼ିଆ ଭାଷାର ଆଦର ନାହିଁ,


           ଦୀନବନ୍ଧୁଙ୍କର ଦୟାହିଁ ନାହିଁ। 


ବିଚ୍ଛିନ୍ନା ଭୂମି ଏ କରେ ରୋଦନ,


           ଦୟା ନାହିଁ କାର ନାହିଁ ସମ୍ମାନ।


ଜଗନ୍ନାଥ ଭୂମି କିପରି ହୀନ


            ଦୂର କର ପ୍ରଭୁ ଏ ଶିରୀହୀନ।


ଦେଖି ହେଉ ନାହିଁ ବିଚ୍ଛିନ୍ନାଚଳ,


            ଶିରୀହୀନ ହେଲା ବିଚ୍ଛିନ୍ନାଚଳ।


ମାତୄଭାଷା ନାହିଁ ବିଚ୍ଛିନ୍ନାଚଳେ


            ଆଦର ନାହିଁକି ବିଚ୍ଛିନ୍ନାଚଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy