ଶିଳ୍ପୀ।
ଶିଳ୍ପୀ।
ତୁମ ଆଗେ ନିଶ୍ୱ ପ୍ରସ୍ତର ଖଣ୍ଡ ମୁଁ
ତୁମ ହାତର ଖେଳଣା
ଶିଳ୍ପୀ ହେ ତୁମେ କେଡେ ନିରିଦୟ
ଦିଅ ମଧୁର ବେଦନା
ଜାଗା ଅଜାଗାରେ ହସ୍ତ ଚଳନାକୁ
ପ୍ରତିବାଦେ ଥାଏଚାହିଁ
ଏଡିକି ନାଚାର ଏଡିକି ନିରିହ
ପ୍ରତିରୋଧ କରି ନାହିଁ
ଅନେକ ନିହଣ ପାହାର ଖାଇଛି
ବେଦନାର ଅଶ୍ରୁ ଢାଳି
କ୍ଷୁଦ୍ର ଶିଳାଖଣ୍ଡ ବାହାରି ଯାଇଛି
ଅନଳ ସ୍ଫୁଲିଙ୍ଗ ଜାଳି
ସ୍ପର୍ଶର କୁହୁକ ଚାହାଣି ମଦିରା
ରଚିଲା ନୂତନ କୀର୍ତ୍ତି
ତୁମ ଛୁଆଁ ପାଇ ନିରବ ଗମ୍ଭିରେ
ଆଜି ମୁଁ ପାଷାଣ ମୂର୍ତ୍ତି
ସାଞ୍ଚି, ଖଣ୍ଡଗିରି, କୋଣାର୍କ ଦେହରେ
ସନ୍ଦେଶ ଲେଖିଛ କେତେ
ଶିଳ୍ପୀ ହେ ତୁମେ ପଥର ଦେହରେ
ଜୀବନ ଦେଇଛ ମୋତେ
