STORYMIRROR

Santanu Bisoi

Abstract

2  

Santanu Bisoi

Abstract

ଶିଳ୍ପୀ।

ଶିଳ୍ପୀ।

1 min
251

ତୁମ ଆଗେ ନିଶ୍ୱ ପ୍ରସ୍ତର ଖଣ୍ଡ ମୁଁ

ତୁମ ହାତର ଖେଳଣା

ଶିଳ୍ପୀ ହେ ତୁମେ କେଡେ ନିରିଦୟ

ଦିଅ ମଧୁର ବେଦନା


ଜାଗା ଅଜାଗାରେ ହସ୍ତ ଚଳନାକୁ

ପ୍ରତିବାଦେ ଥାଏଚାହିଁ

ଏଡିକି ନାଚାର ଏଡିକି ନିରିହ

ପ୍ରତିରୋଧ କରି ନାହିଁ


ଅନେକ ନିହଣ ପାହାର ଖାଇଛି

ବେଦନାର ଅଶ୍ରୁ ଢାଳି

କ୍ଷୁଦ୍ର ଶିଳାଖଣ୍ଡ ବାହାରି ଯାଇଛି

ଅନଳ ସ୍ଫୁଲିଙ୍ଗ ଜାଳି


ସ୍ପର୍ଶର କୁହୁକ ଚାହାଣି ମଦିରା

ରଚିଲା ନୂତନ କୀର୍ତ୍ତି

ତୁମ ଛୁଆଁ ପାଇ ନିରବ ଗମ୍ଭିରେ

ଆଜି ମୁଁ ପାଷାଣ ମୂର୍ତ୍ତି


ସାଞ୍ଚି, ଖଣ୍ଡଗିରି, କୋଣାର୍କ ଦେହରେ

ସନ୍ଦେଶ ଲେଖିଛ କେତେ

ଶିଳ୍ପୀ ହେ ତୁମେ ପଥର ଦେହରେ

ଜୀବନ ଦେଇଛ ମୋତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract