ଶିକ୍ଷକ
ଶିକ୍ଷକ
*ଶି:-*
ଶିଖାଟିଏ ପରି ନିଜେ ଜଳି ଜଳି
ଦେଖନ୍ତି ଆମକୁ ରାସ୍ତା |
ଅଜ୍ଞାନର ଏଇ ଅନ୍ଧାରକୁ ଠେଲି
ଦେଖନ୍ତି ଜ୍ଞାନର ପନ୍ଥା ||
*କ୍ଷ:-*
କ୍ଷମାର ସାଗର ଅଟନ୍ତି ମୋ ଗୁରୁ
ହୃଦୟ ତାଙ୍କ ବିଶାଳ |
ତାଙ୍କ ପାଦତଳେ ମଥା ରଖି ଥିଲେ
ଜଟିଳ ହେବ ସରଳ ||
*କ:-*
କର ଧରି ତାଙ୍କ ଆଙ୍କିବା ଶିଖିଛି
ଚଲାପଥ ଜୀବନର |
ଅବାଟକୁ ଗଲେ ବାଟ ସେ ଦେଖନ୍ତି
କହି ନିତି ସଂସାରର ||
