STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଶିକ୍ଷିତ ବେକାରର ଦୁଃଖ

ଶିକ୍ଷିତ ବେକାରର ଦୁଃଖ

1 min
404


ମୁଁ ଏକ ଶିକ୍ଷିତ ବେକାର ଶୁଣ ମୋହର ଦୁଃଖ

ଥିଲି ଚପଳ ବିଦ୍ଯାର୍ଥୀ ଆଜି ମୁଁ କର୍ମହରା ଯୁବକ

ପାଠପଢ଼ାର ବୋଝରେ ହୋଇଥିଲି କୁରୁମି କଇଁଛ

କେବେ ପରୀକ୍ଷା ତ କେବେ ପ୍ରକଳ୍ପ ନିବନ୍ଧ

ରଟି ରଟି ପାଠ୍ୟ ପୁସ୍ତକ ପୃଥୁଳକାୟ ଗ୍ରନ୍ଥ

ପାରିଲିନି କେବେ ଦେଖି ବାହ୍ଯ ଦୁନିଆର ରୂପ

ପୋଲୋଟିଲି ମୁହିଁ କୂପମଣ୍ଡୁକ ଗ୍ରନ୍ଥକୀଟ।

ଶିକ୍ଷା ପ୍ରାପ୍ତି ଅନ୍ତେ ଦୀକ୍ଷାନ୍ତ ସମାରୋହରେ

ଶୁଣିଥିବା ଭାଷଣରେ ମନ ଯାଇଥିଲା ପୁରି

ବିଶ୍ବବିଦ୍ୟାଳୟ ପରିସର ବାହାରକୁ ଆସି

ଯେତେ ଖୋଜିଲେ ବି ନ ମିଳଇ ଚାକିରି

ଦେଶକୁ ଗ୍ରାସିଛି ଦୂରାରୋଗ୍ଯ ବ୍ଯାଧି ବେକାରୀ

ବାରମ୍ବାର ଖାଇ ପ୍ରତ୍ଯାଖ୍ଯାନର ପଦାଘାତ

ଜୀବନ ଜୀଇଁବାର ଟିକକ ଆଶା ଯାଏ ମରି

ଅଣ୍ଟା ଭାଙ୍ଗି ଦିଏ ଦୁଃସହ ବେରୋଜଗାରୀ।

ମାନସିକ କରି କେତେ ନୀରବରେ

ଭ୍ରମିଲି ମଠ ମନ୍ଦିର ବିହାର ମଜ୍ଜାର

ଅଶ୍ରୁଳ ନେତ୍ରେ ତହିଁ ଚଢାଏ ଚାଦର

ଆମିଷ ଭକ୍ଷଣ ତ୍ଯଜି କଲି ଓଷା ବ୍ରତ ମେଳା

କରିଲି ଗ୍ରହଶାନ୍ତି ପୂଜା ପିନ୍ଧି ରତ୍ନ ମୁଦ୍ରିକା

ମାନି ପରାମର୍ଶ ଭବିଷ୍ଯ ଦ୍ରଷ୍ଟା ଜ୍ଯୋତିଷର।

ଦିଅଁ ଦେବତା ଯେତେ ମୋ ଲାଗି ହୋଇଲେ ପାଷାଣ

ଦାରୁଣ ଦାରିଦ୍ର୍ୟର କଷାଘାତେ ଭୋଗଇ କଷଣ

ଯାହାକୁ ଭେଟି ବି ଜଣାଇଲି ଗୁହାରି ନିଜର

ସଭିଏଁ କହିଲେ "କିଛି ନାହିଁ କରିବାର!"

କରିବାକୁ ବଣିଜ ବ୍ଯାପାର ଅର୍ଥ ସାଜଇ ବାଧକ

କୁପଥଗାମୀ ହେବାକୁ ପଥରୋଧ କରେ ବିବେକ କବଚ

ସକଳ ପ୍ରଚେଷ୍ଟା ମୋହର ହୋଇଲା ବିଫଳ ନିଷ୍ଫଳ

ବସି ରହି ଘରେ ହୋଇଲିଣି ପ୍ରତିସ୍ପର୍ଦ୍ଧା ପରାଂମୁଖ

ଅର୍ଜିତ ଜ୍ଞାନରେ ଧିରେ ଧିରେ ଲାଗଇ କଳଙ୍କି

ଚାହିଁ ମୁଁ ପାରଇ ନାହିଁ କାହାକୁ ସଳଖି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract