Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ଶିକ୍ଷା

ଶିକ୍ଷା

2 mins
342



ଜନମରୁ ମୃତ୍ୟୁ ଏଇତ ଜୀବନେ

    ଅନେକ ଶିକ୍ଷା ଯେ ଥାଏ

ଏମିତି କେହି ତ ଜଣେ ହେଲେ ନାହିଁ

     ଶିକ୍ଷା ବା ପାଇନି କିଏ ?


ଏଇ ଶିକ୍ଷା ପୁଣି ଅନେକ ପ୍ରକାର 

      ଅନେକ ପଦ୍ଧତି ଦେଇ

ଜୀବନ ସୁନ୍ଦର ମାର୍ଜିତ କରଇ

     ସଠିକ ମାର୍ଗ ଦେଖାଇ ।


ପ୍ରତ୍ୟେକ ଜୀବନେ ଭଲ ଅଛି ପୁଣି

     ମନ୍ଦ ବି ତ ରହି ଅଛି

ଭଲ ଶିକ୍ଷା ଯିଏ ପାଇ ଥାଏ ସିଏ

     ଯଶ ଖ୍ୟାତି ତା ବଢିଛି ।


କୁଶିକ୍ଷା ସୁ ଶିକ୍ଷା ଦୁଇଟି ରହିଛି

     ବିଚାର ଶକ୍ତି ତା ଭିନ୍ନ

କୁଶିକ୍ଷାରେ ଯିଏ ପଡି ଯାଇ ଥାଏ

     ହୁଏ ସିଏ ମତି ହୀନ ।


ସୁଶିକ୍ଷା ବିଚାର ଶକ୍ତି ତା ଅନେକ

      କୁପଥୁ ରଖେ ସେ ଦୂରେ

ସତ୍ୟ, ଧର୍ମ, ନ୍ୟାୟ ପଥ ସେ ଦେଖାଇ

      ବିବେକ ଜାଗ୍ରତ କରେ ।


ବିଭିନ୍ନ କାର୍ଯ୍ୟର ବିଭିନ୍ନ ପ୍ରକାର 

     ଶିକ୍ଷା ରହିଅଛି ଭରା

ସେଇ ଶିକ୍ଷା ପୁଣି ଶିଖି ଏ ମାନବ 

    ବଞ୍ଚି ଅଛି ଏଇ ଧରା ।


ଯୁଦ୍ଧ କୌଶଳକୁ ଶିକ୍ଷା କରି ବୀର

     ଦେଶ ସୁରକ୍ଷା କରଇ

ରଣ କୌଶଳକୁ ଶିକ୍ଷା କରି ସିଏ

     ଶତ୍ରୁ ସଙ୍ଗେ ଲଢି ଥାଇ ।


ବିଦ୍ୟା ଶିକ୍ଷା କରି ବିଦ୍ୟାର୍ଥୀଟି ପଣି

    ନିଜ ଗୋଡେ ଛିଡା ହୁଏ

ଚାକିରି ବା ବ୍ୟବସାୟ ,ଚାଷ କରି

     ପରିବାର ପୋଷି ଥାଏ ।


ଛୋଟ ଶିଶୁଟିଏ ପରିବାର ଠାରୁ 

     ଯେମିତିକା ଶିକ୍ଷା ପାଏ

ସେହି ଅନୁସାରେ କୋମଳ ଶିଶୁଟି

    ଆଗକୁ ଯେ ବଢିଥାଏ ।


ଝିଅଟିଏ ଭଲ ସଂସ୍କାର ଶିଖିଣ

    କୁଳବଧୂ ସାଜିଥାଏ

କୁମନ୍ତ୍ରଣା ଶିକ୍ଷା ଦିଆଯାଏ ଯେବେ

    ପରିବାର ଭାଙ୍ଗି ଯାଏ ।


ଛି ଛାକର ଯେ କରନ୍ତି ଅନେକ

    ନିଜେ ବି ଘୃଣିତ ହୁଏ

ଶେଷରେ ପାଖରୁ ଦୂରେଇ ଯାଆନ୍ତି 

     ସାଥିରେ ନ ଥାନ୍ତି କିଏ ?


ସାଧୁ , ଚୋର, ଖଣ୍ଟ , ଲମ୍ପଟ,ଦୁର୍ମତି

     କୁସଙ୍ଗ ଶିକ୍ଷା ବି ଭିନ୍ନ 

ଟାଉଟର ଭଣ୍ଡାମୀ ଠାରୁ ଶିକ୍ଷା ନେବା

      ମହଙ୍ଗା ପଡଇ ଅନ୍ନ ।


ଯେମିତି ଲୋକଙ୍କ ସଂସ୍ପର୍ଶେ ଯେ ଆସେ

     ସେଇ ଶିକ୍ଷା ସିଏ ପାଏ

ସେହି ଅନୁସାରେ ତାହାର ଜୀବନ

    ସେମିତିକା ହେଇଥାଏ ।


ରାଜନୀତି ଶିକ୍ଷା ଶିଖି ନ ପାରିଲେ

    ହେଇ ପାରିବନି ନେତା

କୁଟନୀତି ବିଦ୍ୟା ଶିଖି ନ ପାରିଲେ

    ହେବନି ଜଗତ ଜିତା ।


ଅନ୍ଧାର ଆଲୋକ ଫରକ ରହିଛି

    ଖଟା ମିଠାର ବି ସ୍ବାଦ

ନିଜ ଭୁଲ ଶିକ୍ଷା ଜାଣି ପାରେ ସିଏ

    ସେ ରାସ୍ତେ ଦିଏନି ପାଦ ।


ଭଲ ଲୋକ ଯଦି ଶିକ୍ଷା ପାଇଯାଏ

     ଅନୁତାପ କରେ ସିଏ

ଦର୍ପଣ ପରିକା ଉଜ୍ଜଳ ସେ ହୁଏ

     କୁପଥକୁ ଛାଡି ଦିଏ ।

    

ଘର ଭଙ୍ଗ ନୀତି ଶିକ୍ଷା ଦିଅ ନାହିଁ 

    ଆଖି ଲୁହ ଭରି ଦେବ

ମାନ ଚାଲି ଯିବ ସମ୍ମାନ ବି ଯିବ

    ନିନ୍ଦିତ ଚର୍ଚ୍ଚିତ ହେବ ।


ଭଲ ଶିକ୍ଷା ଯଦି ଦେଇ ନ ପାରୁଛ

    ମନ୍ଦ ଶିକ୍ଷା ଦିଅ ନାହିଁ 

ସେଇ ମନ୍ଦ ଶିକ୍ଷା କରେ କଳଙ୍କିତ 

   ଚିର ଦିନ ଯାଏ ରହି ।


ନିଜ ସ୍ବାର୍ଥ ପାଇଁ ଫାଇଦା ଉଠାଇ

   କୁଶିକ୍ଷା ଭଲ ଦିଅନ୍ତି 

ମନେ ରଖିଥିବ ବିପଦ ସମୟେ

   ପାଖରେ କେବେ ନ ଥାନ୍ତି  ।


ସେମିତିକା ଶିକ୍ଷା କର ନାହିଁ ଜମା

    ନିଜେ କଳଙ୍କିତ ହେବ

ମାନ ସମ୍ମନକୁ ହରେଇ ବସିବ

   ଲଜ୍ଜାରେ ବୁଡି ମରିବ ll


Rate this content
Log in

Similar oriya poem from Abstract