STORYMIRROR

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ଶିଖିବା ଅନେକରେ ଐକ୍ୟ ଭାବନାରୁ

ଶିଖିବା ଅନେକରେ ଐକ୍ୟ ଭାବନାରୁ

1 min
406

ସମୟର କରାଳ ଗର୍ଭରେ ଯିବା ଦିନେ 

ନେବାନି ତ ଧନ ଓ ବଳ

ଏହା ଚିରନ୍ତନ ସତ୍ୟ ଏ ସଂସାରରେ

ସୁଖ ରହିବନି ତ କାଳ କାଳ ।


ଗାନ କରୁ ମୋର ମୋର, ପାର୍ଥିବ 

କ୍ଷଣିକ ସୁଖର ମୋହରେ ପଡ଼ି

ଅସତ୍ୟେ ମାତିଲେ ଦୁଃଖ ସାଗରରେ 

ପଡ଼ିବୁ ତ ଦିନେ ଗଡି।


ଭାବନାର ନାହିଁ ଅନ୍ତ, ସାଗରରୁ 

ଆକାଶ ପର୍ଯ୍ୟନ୍ତ ଲମ୍ବିଛି

ଜୀବନେ ଅନ୍ତହୀନ ରାସ୍ତାରେ ଗତି କରି 

ଦୁଃଖରୂପୀ ଅନ୍ଧାରରେ ଚାଲୁଛି।


କାମ କରୁଥିଲେ ମାନ ମର୍ଯ୍ୟାଦାରେ, 

ଜାଣ କେହି ନପାରିବେ ଖୁଣି  

ନୀତି, ମାନବର ସେବା ମାଧବର ସେବା, 

ବିଚାରିଲେ ହୋଇବୁ ଗୁଣୀ ।


କଳ୍ପନାରେ ମଣିଷ ତୋଳିପାରେ ଘର

ଜହ୍ନ ରାଇଜରେ, ବାସ୍ତବତା ନୁହେଁ

ଜାତି ସଂକୀର୍ଣ୍ଣତା, ଧର୍ମ ମତାନ୍ଧତା 

ସାମ୍ପ୍ରଦାୟିକ ଦଙ୍ଗାକୁ ଜନ୍ମ ଦିଏ ।


ଅନେକରେ ଐକ୍ୟ ହୋଇ ଏକାଠି 

ରହିବା ସମାଜେ ସୁଖ ଦେଇଥାଏ

ସ୍ପର୍ଶ କରେ ନାହିଁ ଯାହାକୁ ଆଵିଳତା,

ତାଠୁ ଶକ୍ତିଶାଳୀ ଆଉ କେହି ନୁହେଁ ।


ନଥାଏ ଯେଉଁ ସମାଜରେ ଛନ୍ଦ ଓ 

କପଟ, ଆସେ ଵହୁତ ସୁଖ

ହେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ମଣିଷ, 

ଶିଖ ଏତିକି ଉଭେଇଵ ଦୁଃଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract