ଶୀତୁଆ ସନ୍ଧ୍ଯା
ଶୀତୁଆ ସନ୍ଧ୍ଯା
ଆଘାତ ଦିଅନା ଶୀତୁଆ ସନ୍ଧ୍ଯାଲୋ,
ତୋ ଆଘାତେ ଯାଏ ଥରି ।
ଏମନ ଜଳୁଛି ବିରହ ନିଆଁରେ
ପ୍ରିୟା କଥା ଝୁରି ଝୁରି। 0।
ଶିହରଣ ଭରି ଯାଉଚି ଏଦେହେ
ଛୁଇଁ ଗଲେ ତାର ସ୍ମୃତି।
ନିଶିଥ ଆକାଶେ ଜହ୍ନ ରହିଯାଏ
ସହଜେ ପାହେନା ରାତି ।
ମୁଠା ମୁଠା ସ୍ବପ୍ନ ହାତ ଛଡାହୁଏ
ପାରେନା ନିଜର କରି ।୧।
ଅଳସୀ ଶେଜରେ କଡ ଲେଉଟାଏ
ନିରାଶାର ଦୀର୍ଘଶ୍ବାସ
ନିଶାଭରା ଏଇ ଫେନିଲ ତରଙ୍ଗେ
ଦେଖେ ମଧୂଝରା ହସ ।
ତା'ସ୍ମୃତି ଦଂଶନେ ଆହତ ହୁଏ ଯା'
ମେଞ୍ଚାଏ ଅଂଧାର ଧରି ।୨।

