ଶୀତୁଆ ସକାଳ
ଶୀତୁଆ ସକାଳ
ଶୀତୁଆ ଦିନର ସକଳ ସମୟ
ମନେ ନବ କୌତୁହଳ
ଭରି ଦିଏ ଦିବ୍ୟ ଚେତନା ପୁଲକେ
କମ୍ପାଇ ଦିଏ ଶୀତଳ ।
ଶୀତୁଆ ପବନ ବହି ଘନ ଘନ
ଶିଶିର ପାତ ହେମାଳ
କରେ ପରିବେଶ ନବୀନ ରୋମାଞ୍ଚ
ସୃଷ୍ଟି କରି ସେ ବିପୁଳ ।
ଥର ଥର ଥର କମ୍ପ ଯେ ପ୍ରବଳ
ଶୀତ ବାତ ଆଘାତ ରେ
କମ୍ପେ ଜନ ଦେହ ଗଦ ଗଦ ଗଦ
ହୁଅନ୍ତି ଜନେ କ।ତର ।
କେତେକ ଯେ ସେଜେ ପଡ଼ି ରହି ଥାନ୍ତି
ଖରା ବଢ଼ିବା ପର୍ଯ୍ୟନ୍ତ
ଅପେକ୍ଷା କରନ୍ତି ଶୀତ କମି ଗଲେ
ସର୍ଯ୍ୟା ଛାଡନ୍ତି ତୁରିତ ।
ଶୀତୁଆ ପବନ ହାବୁକା ହାବୁକା
ବହି କରଇ ଅଥୟ
ଆପଣାର ଘରେ ବସି ରହି ଥାନ୍ତି
କାମ କରିବାକୁ ଭୟ ।
ବାହାରି କି ଅବା ଯାଇ ନ ହୁଅଇ
କରି ନ ହୁଅଇ କାମ
ଲୁଗା ଓ ଚଦରେ ଗୁଡେ଼ଇ ଦେହରେ
ହୋଇ ଉଠେ ଦେହ ହିମ ।
ନିଆଁ ଜାଳି ବେଢ଼ି ବସି ରହି ଥାନ୍ତି
ଅନେକ ଲୋକ ଏ କାଳେ
ନିଆଁ ଆଉ ଖରା ପୁଇବାକୁ ମଜା
ଲାଗେ ଶୀତୁଆ ସକାଳେ ।
