STORYMIRROR

Satyanarayan Sahoo

Abstract Others

3  

Satyanarayan Sahoo

Abstract Others

ଶୀତୁଆ ସକାଳ

ଶୀତୁଆ ସକାଳ

1 min
201

ଶୀତୁଆ ଦିନର ସକଳ ସମୟ

ମନେ ନବ କୌତୁହଳ

ଭରି ଦିଏ ଦିବ୍ୟ ଚେତନା ପୁଲକେ

କମ୍ପାଇ ଦିଏ ଶୀତଳ ।

ଶୀତୁଆ ପବନ ବହି ଘନ ଘନ

ଶିଶିର ପାତ ହେମାଳ 

କରେ ପରିବେଶ ନବୀନ ରୋମାଞ୍ଚ

ସୃଷ୍ଟି କରି ସେ ବିପୁଳ ।

ଥର ଥର ଥର କମ୍ପ ଯେ ପ୍ରବଳ

ଶୀତ ବାତ ଆଘାତ ରେ

କମ୍ପେ ଜନ ଦେହ ଗଦ ଗଦ ଗଦ

ହୁଅନ୍ତି ଜନେ କ।ତର ।

କେତେକ ଯେ ସେଜେ ପଡ଼ି ରହି ଥାନ୍ତି

ଖରା ବଢ଼ିବା ପର୍ଯ୍ୟନ୍ତ

ଅପେକ୍ଷା କରନ୍ତି ଶୀତ କମି ଗଲେ

ସର୍ଯ୍ୟା ଛାଡନ୍ତି ତୁରିତ ।

ଶୀତୁଆ ପବନ ହାବୁକା ହାବୁକା

ବହି କରଇ ଅଥୟ

ଆପଣାର ଘରେ ବସି ରହି ଥାନ୍ତି

କାମ କରିବାକୁ ଭୟ ।

ବାହାରି କି ଅବା ଯାଇ ନ ହୁଅଇ 

କରି ନ ହୁଅଇ କାମ

ଲୁଗା ଓ ଚଦରେ ଗୁଡେ଼ଇ ଦେହରେ

ହୋଇ ଉଠେ ଦେହ ହିମ ।

ନିଆଁ ଜାଳି ବେଢ଼ି ବସି ରହି ଥାନ୍ତି

ଅନେକ ଲୋକ ଏ କାଳେ

ନିଆଁ ଆଉ ଖରା ପୁଇବାକୁ ମଜା 

ଲାଗେ ଶୀତୁଆ ସକାଳେ ।


Rate this content
Log in

Similar oriya poem from Abstract