ଶୀତୁଆ ସକାଳ
ଶୀତୁଆ ସକାଳ
ଶୀତୁଆ ସକାଳ ଶୀତଳ ପରଶ
ବିଭବରେ ପରିପୂର୍ଣ୍ଣ ,
କବି ଲେଖନୀରେ ସଜଫୁଲ ଫୁଟେ
କାକର'ରେ ଭିଜେଫର୍ଦ ! !
ଶିଶିର କାକରେ କୁହୁଡି ବଳୟେ
ଶୋଭନୀୟ ଦିଶେ ଭବ ,
ସକାଳ ସୂରୁଜ ଢାଳଇ ମୁରୁଜ
କୋମଳ ପରଶ ଶୁଭ ! !
ସୃଷ୍ଟିର ବୈଚିତ୍ର୍ୟ ଷଡ ଋତୁଚକ୍ର
ସର୍ବଜନ ବିମୋହିତ ,
ସମ୍ପଦ ମାଣିକ କାକର ଶିଶିର
ଘାସ ଗାଲିଚାର ମିତ ! !
ଶୀତର ପ୍ରକୋପ ହୁଏ ଅନୁଭୂତ
ସୂରୁଜ ସାଜନ୍ତି ବନ୍ଧୁ ,
ପୂରୁବ ଆକାଶେ ବାଳ ସୂର୍ଯ୍ୟ ହସେ
ଆଶୀର୍ବାଦେ ଝରେ ବିନ୍ଦୁ ! !
ପ୍ରତୀକ୍ଷାରେ ସର୍ବେ କହନ୍ତି ଗରବେ
ପ୍ରକୋପ ଦେଖାନ୍ତୁ ସୂର୍ଯ୍ୟ ,
ଅନୁଭୂତି ଛବି ଆଙ୍କିବାରେ କବି
ଅତୁଟ ରଖଇ ଧର୍ଯ୍ୟ ! !
ଫୁଲ ଫଳ ହସେ ଅମୃତ ପରଶେ
ମାଟିମାଅା ସରାଗରେ ,
ସାରା ସଂସାରଟା ଶୀତୁଆ ଶୀତୁଆ
ସୁଶୋଭିତ ବଦାନ୍ୟରେ ! !
ପ୍ରଥମ କିରଣ ଅଂଶୁମାନଙ୍କର
ପଡିଛିକି ଉପବନେ ,
ହରି ରାମ ଶ୍ୟାମ ଶୀତର ସୁପୁତ୍ର
ଶୀତବସ୍ତ୍ର ପରିଧାନେ ! !
ପ୍ରେମଭାବ କର୍ମ ହୁଏ ସ୍ମୃତିମୟ
ଶୁଭ ଶୀତ ସକାଳରେ ,
ପିଲାଦିନ ଛବି ଭାସିଉଠେ ପୁଣି
ଶୀତ ବାସ୍ନା ମହକରେ ! !

