STORYMIRROR

Papu parida

Abstract Classics Others

3  

Papu parida

Abstract Classics Others

ଶୀତଋତୁ

ଶୀତଋତୁ

1 min
322


ବିଚିତ୍ର ଧରାର ବିଚିତ୍ରତା ମଧ୍ୟେ

ଶୀତଋତୁ ଅଟଇ ଯେ ନିଆରା।

କାର୍ତ୍ତିକ,ମାର୍ଗଶିର,ପୌଷ,ମାଘ ମଧ୍ୟେ

ଖେଳାଏ ଶୀତର ପସରା।


ସ୍ୱଚ୍ଛ ନିର୍ମଳ ଜଳ ରାଶି ସଙ୍ଗେ

ମେଘମୁକ୍ତ ପ୍ରାୟ ଗଗନ।

ଘାସ ଉପରେ ଶିଶିର କଣିକା

ସତେ ମଣିମୁକ୍ତାର ଆସନ।


ଗେଣ୍ଡୁ,ଗଙ୍ଗଶିଉଳି,ସୋରିଷ,ଗୋଲାପ

ବଢ଼ାନ୍ତି ଧରଣୀମାଆର ଶୋଭା

ପୃଥିବୀ ଦେହରେ ସୁନାର ଫସଲ

ଆହା କେଡେ ମନଲୋଭା।


ଗାଁ ପରିବେଶେ ନିଆବଳୀ ଠାରେ

ହୁଅନ୍ତି ସଭିଏଁ ଏକତ୍ରିତ।

ଶୀତ ଦାଉରୁ ରକ୍ଷାର ଏ ଉପାୟ

ମନରେ ଭରଇ ଉନ୍ମାତ।


ମାର୍ଗଶିର ମାସ ଗୁରୁବାର ଝୋଟି 

ଦିଶଇ ଅତ୍ୟନ୍ତ ସୁନ୍ଦର

ଶାମ୍ବ ଦଶମୀ ଅବା ସରସ୍ୱତୀ ପୂଜା

ବିଞ୍ଚଇ ଖୁସିର ଅବିର।


ଥରାଏ ସେ ସିନା ତା ଦାଉରେ

ଜୀବନ ହୁଅଇ ଅସ୍ତବ୍ୟସ୍ତ।

ମନେ ଭରିଦିଏ ଅପୂର୍ବ ଆନନ୍ଦ

ସୁଖସ୍ଵଚ୍ଛନ୍ଦ ନିହିତ ସ୍ୱାସ୍ଥ।


ସୁଖଦୁଃଖର ଯେ ସମାହାର ଅଟେ

ଶୀତଋତୁର ଏ ସମୟ

ପ୍ରେରିତ କରେ ଯେ ଅଗ୍ରଗାମୀ ହୁଅ

ଘେନ ଜୀବନ ଯୁଦ୍ଧରେ ବିଜୟ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract