ଶୀତରାଣୀ ! କଥା ରଖି ଆସିବ ନିଶ୍ଚୟ
ଶୀତରାଣୀ ! କଥା ରଖି ଆସିବ ନିଶ୍ଚୟ
ଅତି ଆଧୁନିକ ଏବେ ଚାଲିଅଛି ଯୁଗ
ଛାଇଅଛି ଇଣ୍ଟରନେଟ କମ୍ପୁଟର, ଏ ମଣିଷ
ପାଲଟିିଛି ଯନ୍ତ୍ରଦାସ ହୃଦୟ ବିହୀନ
କେଉଁଠି ଫୁଟୁଛି ଗୁଳି କେଉଁଠି ବଅମ
ନିତି ପ୍ରାତଃ ଖବରର ହୁଏ ପ୍ରସାରଣ ।
ସତ୍ଯ ପ୍ରତି ଅନୁରକ୍ତି ମାତ୍ର ଆଖିଠାର
ଧର୍ମ ନାମେ ପ୍ରବଞ୍ଚନା ଦିଶାହୀନ ଜ୍ଞାନ
ବଢୁଅଛି ଦୁରାଚାର ପାଷାଣ୍ଡ ପ୍ରବୃତ୍ତି,
ଏତେ ଯୁଦ୍ଧ ଘନଘଟା ହିଂସା ଦ୍ବେଷ
ବିଡମ୍ବିତ ମାନବୀୟ ମୂଲ୍ଯବୋଧ
ନାହିଁ ମନେ ତିଳେ ସୁଖ ଶାନ୍ତି
ଘଟୁଅଛି ପ୍ରାକୃତିକ ବିତ୍ପାତ ବିକୃତି ।
ଅତି ବେଶୀ ଚତୁରତା ଅର୍ଥଲୋଭୀ
ଭାରି ବ୍ଯସ୍ତ ପୃଥିବୀରେ ଆଜିର ମଣିଷ,
ତର ନାହିଁ ଭାବିବାକୁ ଶୀତରାଣୀ
ଅନ୍ଯ କାହା କଥା
ହେଉ ଯେତେ ହିତକାରୀ ହୃଦୟ ଭାବନା
ମନଲୋଭା ଚମତ୍କାର ଋତୁକାଳ ଦୃଶ୍ଯ ।
ଶୀତରାଣୀ ! ତଥାପି ବିଶ୍ବାସ ଅଛି
ଭାରି ଭଲ ତୁମର ତ ଉଦାର ପ୍ରକୃତି,
କଥା ରଖି ସମୟରେ ଆସିବ ନିଶ୍ଚୟ
ଅନ୍ୟଥା ଅଧୁରା ହେବ
ପ୍ରକୃତିର ସୃଷ୍ଟି ଓ ସଂହତି ।