ଶୀତଳ ସ୍ପର୍ଶ
ଶୀତଳ ସ୍ପର୍ଶ


ତୋ ନାମ ଶୁଣିଲେ ତ ଶିହରଣ
କଥା ହେଲେ ପୁଲକ ଜାଗେ
ଭୁଲି ହୋଇଯାଏ ସମସ୍ତ ଯନ୍ତ୍ରଣା
ଅନୁଭବ ଆଣିଦିଏ ବସନ୍ତର ସ୍ପର୍ଶ
ବିନା ଚନ୍ଦନରେ ବି ଦେହରେ ଶୀତଳତା
କେବେ ଅଗ୍ନି ବିନା ସ୍ଫୁଲିଙ୍ଗ ଜାଗ୍ରତ
ମହମହ ବାସେ ପ୍ରେମର ବାସ୍ନା
ମିଠା ଲାଗେ ମହୁଠାରୁ ବେଶୀ
ଭୁଲି ହୋଇଯାଏ ପରିପାର୍ଶ୍ବ
ସୃଷ୍ଟି ହୁଏ ଏକ ନୂତନ ପୃଥ୍ୱୀ
ଯେଉଁଠି କେବଳ ତୁ ଆଉ ମୁଁ
କିନ୍ତୁ,ସେଠି ହଜି ଯାଇଥାଏ ମୁଁ କାର
ଦଜି ଯାଇଥାଉ ପ୍ରଣୟର ଅଭିପ୍ରାୟେ
ହୃଦୟ ଖୋଜୁଥାଏ ହୃଦୟକୁ
କୋମଳ ସ୍ପର୍ଶଟିଏ ପାଇଁ ତ
ମନ ଉଣ୍ଡୁଥାଏ ସୁଯୋଗ ଟିଏ
ମିଶାଇବାକୁ ଦୁଇଟି ହୃଦୟ
ଶରୀରର ଅବୟବ ଛଟପଟ ହୁଏ
ମିଶି ଯିବାକୁ ଆଉ କେଉଁଠି
ଅଚିହ୍ନା ଅଜଣା ଅତୃପ୍ତ ସ୍ଥାନରେ
ତୃପ୍ତ ହେବାକୁ କେଉଁ କୋମଳ ସ୍ପର୍ଶରେ
ଇପ୍ସିତ ପ୍ରାପ୍ତିର ଅନୁଭବ ଜଣା ପଡେନି
ଶୀତଳ ଉଷୁମ ଅବା ନରମ ବୋଲି
କାରଣ,
ସେତେବେଳେ ପ୍ରେମରେ ଭିଜି ସାରିଥାଏ
ପୁଣି ଖୋଜୁଥାଏ ଇପସ୍ପିତ ସ୍ପର୍ଶକୁ ।