STORYMIRROR

Akshayakumar Dash

Action Inspirational Others

4  

Akshayakumar Dash

Action Inspirational Others

ଶୀତ

ଶୀତ

1 min
256

ତୁମେ ଅଛ ବୋଲି

ସକାଳୁ ଉଠିଲେ ମିଠା ଲାଗେ ସଖୀ ଗରମ ଚାହା

ତୁମେ ଚାଲିଗଲେ

 ଫୁଙ୍ଗୁଳା ଦେହରେ ରାତିଟା ପାହାଡ ଲାଗିବ ଯାହା।

ତୁମେ ଅଛ ବୋଲି

ସୋରିଷ କିଆରୀ ଗାଲିଚା ଉପରେ ବସିଛି ଖରା

ତୁମେ ଚାଲିଗଲେ

କେରି କେରି ଦୁବ ଯିବ ମରି ମରି ମରୁଡି ଭରା।

ତୁମେ ଅଛ ବୋଲି

ଝଅଟି ଗଡିଯାଏ ବେଳା ମୁରୁକି ହସଇ ସଂଜ 

ତୁମେ ଗଲାପରେ

ବଢିଯିବ ଦିନ ମରିଯିବ ମନ ପବନା ମଞ୍ଚ।

ତୁମେ ଅଛ ବୋଲି

ଗଛର ପାକଳ ଫଳକୁ କୁଆଟି ଖୁମ୍ପଇ ବସି

ତୁମେ ଚାଲିଗଲେ

ଗଛ ଥିବ ସିନା ଫଳ ନ ପାଚିବ ଯିବେଟି ଖସି।

ତୁମେ ଅଛ ବୋଲି

ପନି ପରିବାର ପସରା ବିକାଳୀ ହୁଅନ୍ତି ଉଭା

ତୁମେ ଗଲା ପରେ

ଖସିଯିବ ପାଣି ଧାର ଶୁଖିଯିବ ଫୁଙ୍ଗୁଳା ଗଭା।

ତୁମେ ଅଛ ବୋଲି

ରୁଣୁଝୁଣୁ ପାଦ ପାଉଜି ବାଜିଲେ ନଚାଏ ମନ

ତୁମେ ଗଲାପରେ

ଅନ୍ଧାର ଭିତରେ ଅଣ୍ଡାଳି ଅଣ୍ଡାଳି କଟିବ ଦିନ।

ତୁମେ ଅଛ ବୋଲି

ବାହାରେ ନବୁଲି ଘର ଭିତରରେ ଆଙ୍କଇ ଛବି

ତୁମେ ଗଲାପରେ

ସପନ ନଥିବ ଗୋପନେ ମନଟା ରହିବ ଦବି।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action