STORYMIRROR

Gangotri Priyadarshini

Romance Inspirational

3  

Gangotri Priyadarshini

Romance Inspirational

ଶୀତ

ଶୀତ

1 min
234


ଶୀତ କେମିତି ଅଜଣା 

ରୋମାଞ୍ଚ ଆଣେ ଦେହରେ

ରଙ୍ଗ ବେରଙ୍ଗ ଫୁଲ ସମ୍ଭାର

କାକର ଭିଜା ଶୀତ ସକାଳ !!


ମନଟି ଧାଏଁ ସାଜି ହରିଣୀ

ବନ୍ଧା ପଡ଼ିଛି ଭାବ ବନ୍ଧନୀ

ଥିରି ଥିରି ଆସେ ରଜନୀ ରାଣୀ

ଶେଫାଳୀ ଝରେ ଶୀତ ଆସରେ !!


ଧୁଆଁଳିଆ ସେ ଆକାଶ କଥା

ଗହନ ବ୍ୟଥା ପାରିଛି କିଏ ବୁଝି

ଶୀତ ଛୁଆଁରେ ସରସୀ ଜଳେ

ଏପାଖ ସେପାଖ ପଦୁଅଁ ଢଳେ !!


ମଗୁଶୁର ଶୀତ କାଉଁରୀ ଛୁଆଁ

ଲଗାଏ ନିଆଁ କା କଥା କୁହ ପଡ଼ଇ ମନେ

ଦୂର ଦେଶେ ମାେ ସାଥି ରହିଲା

ତା ବିରହେ କି ମୋତେ ଏ ଶୀତ ଜାଳିଲା !!


ବାର ମାସରେ ଶୀତ ହିଁ ଥରେ

ଭରେ ମନେ ମୂର୍ଚ୍ଛନା ପ୍ରକୃତି ଶୋଭା

କି ମନୋହର ମନୋମୁଗ୍ଧକର

ଶୀତ ବିଭାବରୀ ଲାଳିତ୍ୟ ପଣେ !!




Rate this content
Log in

Similar oriya poem from Romance