ଶୀତ
ଶୀତ
ଶୀତ କରେ ଉତ୍ପାତ ଶେଷରେ ଆପାତତଃ
ଶୀତ ପରେ ଆସିବ ବସନ୍ତ ନେଇ ପର୍ଯ୍ୟାପ୍ତ
ଶୀତ ଭାବେ ଯଦି ହେଇଯିବ ଅସମାପ୍ତ
ବସନ୍ତର କାହାଣୀ ଅନେଶତ
ଭିଜି ଭିଜାଇ ଦେବ ଅପର୍ଯ୍ୟାପ୍ତ
ଭୁଲିବାକୁ ନଦେବା ଲକ୍ଷରେ ଶୀତ
ଗାଏ ମଳୟ ଗୀତ ଲେଖେ ଗଳ୍ପ ଅତୀତ
କହେ ହୁ ହୁ ଜାଡ଼ ବହୁତ
ଖାଏ ଓ ଖୁଆଇ କରେ ଆପ୍ଲୁତ
ନିଏ ଓ ଦିଏ ବର୍ତ୍ତମାନ ଅତୀତ ଭବିଷ୍ୟତ
ବସନ୍ତର ସେଇ ଅନୁରାଗ ଓ ପ୍ରେମ ମିଶ୍ରିତ
ବାହିନେଇ ଶୀତ ଭାବୁଛି କରିବ ହନ୍ତସନ୍ତ
ଜଗନ୍ନାଥଙ୍କ ଦେଶରେ ସମସ୍ତେ ଆଶ୍ଵସ୍ତ
ବାକି ଯାହା ରହିଲା ଅସମାପ୍ତ
ପୁରଣ କରିବେ ସାଇଁ ଜଗନ୍ନାଥ
ଧନୀ ନିର୍ଦ୍ଧନର ଏକମାତ୍ର ନାଥ ଜଗତର ନାଥ
ସେ ପାର୍ଥ ସେ ଗୁପ୍ତ ସେ ସୁପ୍ତ ସେ ପରିକଳ୍ପିତ
ଆସୁ ଯାଉ ଶୀତ ବା ବସନ୍ତ ଅବା ସପ୍ତାହନ୍ତ
ବର୍ଷ ମାସ ଦିନ ତାରିଖର ଆଦି ଅନ୍ତ
ବିଭାବରୀ ଭାଷାବରୀ ସାହିତ୍ୟ ସମାହିତ
ଦେହି କରପଲ୍ଲଵ ମୁଦ୍ରାରେ ଜଗତର ନାଥ
ଚିରନିଦ୍ରା ଠାଣିରେ ସୁପ୍ତ ଜାଗ୍ରତ ଭକ୍ତି ନିଶାଶକ୍ତ ।