STORYMIRROR

sudhakar sethi

Abstract

3  

sudhakar sethi

Abstract

ଶୀତ

ଶୀତ

1 min
199


ଵାଘପରି ଆସୁଛି ମାଡ଼ି 

ଭଙ୍ଗା ନୂଆଣିଆ ଚାଳିଆ, ଛିଣ୍ଡା କନ୍ଥା

ରୋକି ପାରୁନି ଦେଇ ପାରୁନି ଵାଧା

ସାତସିଆଁ କୁଟା ହେଁସକୁ ଭରସା 

ଭରସା ଛେଲୁଆର ଡହଡହ ନିଆଁ ।


ଝରକା କଵାଟ ନାହିଁ

ଚାରିଆଡେ ଖୁଲା ମେଲା 

ଵରଡା ତାଟି, ଛିଣ୍ଡା ପାଲକୁ ନେଇ

ସପନ ।

ନଡା ଛପର କଣା ଠାକୁ ଠା 

ଘରୁ ଦିଶେ ଦିନରେ ସୂରୁଜ 

ରାତିରେ କାକର ଭିଜା ତାରା

ଅସୁରକ୍ଷିତ ରୁଅ ,ଅଧା ଧୁଆ କାନ୍ଥ 

,କୋଣରେ ଜାକିଜୁକି ଛଅ ପରାଣୀ

ଜୀଵନ ଆରମ୍ଭ !


 ଆକାର ଗଢ଼ଣକୁ କୁ ନେଇ ସାନ

 ଵଡ ସେ ଅଦ୍ଭୁତ ମିଶ୍ରଣ 

ପେଟ ସଵୁ ଵଡଵଡ ଦେହ ହାତ

 କାଠି ପରି ସରୁ 

ଜାମା ପେଣ୍ଟତ ସାତ ସପନ

ଵେକରେ ବନ୍ଧା କବଟା 

ଘୋଡଉ ନଘୋଡ଼ଉ ସାରା ଦେହ 

ସେଥିରେ ଦିଶି ଯାଉଥାଏ

 କେତେ ଖୁସି ,କେତେ ଆନନ୍ଦ ।

ନାଚିକୁଦି ଘେରାଏ ଘୁରି ଆସନ୍ତି

 ଵାପା ମା ଚାରିପାଖେ 

ଵିଳପିଉଠେ ପିତୃତ୍ଵ

 ମନେ ଜାଗିଉଠେ ସାଗର ଲଙ୍ଘିଵାର

 ଅଦମ୍ୟ ପିପାସା ।

ପୁଣି ଏକ ସୃଷ୍ଠିର ପ୍ରତିକ୍ଷା !


ବର୍ଷା ଭିଜା ଦିନ ପରେ 

ଏ ନିଆଁ ଲଗା ଶୀତ 

ଯେମିତି ତାକୁ ଭିଡି ଧରୁଛନ୍ତି 

ପଛକୁ ପଛକୁ।

ଦେହ ମନରେ ଯନ୍ତ୍ରଣା ହୃଦରେ

ଲାଗେ ନିଆଁ 

ହୁଆନ୍ତାନି, ହୁଅନ୍ତାନି ଖାଲି ଵସନ୍ତ

 ତାର ସୁଗନ୍ଧରେ ଦିଅନ୍ତା ବାନ୍ଧି ।

ଏତେ ସପନକୁ ରାତି କାହିଁ !


ପକ୍କା ଛାତ କମ୍ଵଳ ତଳେ

ସେ ଦୁନିଆ ଅଲଗା 

କଥା ଵାଵୁଭାୟାର

ମାଟିର ମଣିଷ ପଖାଳ କଂସାକୁ ମୁଣ୍ଡ 

ଖୋଲା ଆକାଶତ ସାଥି

ବୁଝେନି ଵେଶିକଥା 

ଵୁଝେନି ଛନ୍ଦକପଟ ।

ସୂରୁଜ ଉଠିଵା

 ଆଉ ଵୁଡିବା ସେ ଵୁଝେ 

ଵୁଝେ ତାରା ଭରା ଆକାଶ

ଝରାଶ୍ରାଵଣ ଆଉ ହାଡ଼ଥରା ଶୀତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract