STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ଶୀତ

ଶୀତ

1 min
169


ଶୀତର ମତୁଆଲି କମ୍ପନ 

ଖୋଜେ ନିଆଁର ଦହନ 

ଉସ୍ମତାରେ ହେବାକୁ ବିଲୀନ 

ଶୀତ ଆସେ ଥିରି ଥିରି 

ଅବଗୁଣ୍ଠନବତୀ ପରି ।


କାର୍ତ୍ତିକ ପୂର୍ଣ୍ଣିମା ଦଙ୍ଗା ଭସା ସାରି 

ମାଣବସା ଗୁରୁବାର ହସେ କିରି କିରି 

ଶୀତ ସତରେ ଜାଗାଏ କମ୍ପନ 

ଲେଖିବାକୁ ଭଲ ପାଏ କେହି 

ପନିପରିବା ପରଖେ ଗରାଖ କେହି ।


କୋଶଳା ବଡିର ମହକ 

ଧନିଆଁ ପତ୍ର ଚଟଣୀ ବାହାକ 

ଶୀତୁଆ ସକାଳ ନିଆରା 

ସଂଜରେ ସଭିଏଁ ମଗନ 

ଶୀତ ଟା ହୁଏ କମ୍ପମାନ ।


ବୁଢା ବୁଢ଼ୀଙ୍କ ଥରେ ଛାତି 

ବୋହୂଟା ମନେ ଭରେ ଭୀତି 

ପରଦେଶୀ ସ୍ୱାମୀଟି ତାହାର 

ପ୍ରଭୁ ହେ ସଂସାର ତା ରକ୍ଷା କର ।


କୃଷକ ଭୁଲିଯାଏ ଶୀତ 

ଜବାନ ପ୍ରହରା ଦିଏ ଗାଇ ଗୀତ 

ସତରେ ଶୀତଟା କା ପାଇଁ କେମିତି 

ଋତୁ ଭିତରେ ରାଜାଟେ ଯେମିତି

ଶୀତ ହେଲେ ଲାଗେ ଭାରି କେମିତି କେମିତି 

ଅସୁମାରୀ ସ୍ବପ୍ନର ରୁତୁଟେ ଯେମିତି 

ଶୀତ ଗାଏ ଗୀତ ପୁଣି ହୁଏ ଗୋଟେ ସ୍ମୃତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract