STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଶୀତ

ଶୀତ

1 min
261

ଅନୁଭବ ଯେ ନିଆରା ଏଠି

ବସିବାକୁ ହୁଏ ମିତ

ସତେକି ଲାଗେ ଭାରି ବଢିଆ

କଥାଟି ଏକା ସତ।


ଆସିଲେ ଶୀତ ଋତୁଟି ପରା

କୁନା ଆମର ଖୁସି,

କମ୍ବଳ ତଳେ ଦିନରାତି ତା

ଯମା ପାରେନା ବସି ।


ଗାଧୁଆ ପାଧୁଆ ସାତ ସପନ

ପାଣିକୁ ଦେଖି ଡରେ,

ଖାଇଲେ ସୁଦ୍ଧା ପିଏନା ପାଣି

ଛାତି ଖାଲି ତା ଥରେ।


ଅଜୀର୍ଣ୍ଣ ହେଲା ହୋଇଲା ଝାଡା 

ଦେହରେ ଚର୍ମରୋଗ,

ଦେହ ହାତ ତା ଗନ୍ଧାଇ ହୁଏ

ଚାରିଆଡ଼େ ଘା' ଦାଗ ।


ବାପାଙ୍କ ସହ ଡାକ୍ତରଖାନା

ଡରି ଡରି ସେ ଗଲା,

ଶରୀର ରୋଗ ଦେଖାଇ ଖାଲି

କେବଳ କୁଣ୍ଡେଇ ହେଲା ।


ଓଠ ଫାଟିଛି,ଝାଡା ହେଉଛି

ଦେଖି ଅସନା ରୂପ,

ଡାକ୍ତର ବାବୁ କହିଲେ କୁହ

କାହିଁକି ଏ ବିରୁପ ।


କୁନାର ସବୁ ଦୁର୍ଗୁଣ ଯାକ

ବାପା ବଖାଣି ଦେଲେ

ଏଭଳି ଅଳସୁଆ ପଣକୁ

ଡାକ୍ତର ନିନ୍ଦା କଲେ।


କହିଲେ କୁନା ପରିଷ୍କାର ତୁ

ଯଦି କେବେ ନହେବୁ ,

ନିଜ ଶରୀର ପାଇଁ ରୋଗର

ଦୋକାନ ଖୋଲି ଦେବୁ ।


ନିତ୍ୟକର୍ମ ଓ ବ୍ୟାୟାମ

କରେ ଯେ ପ୍ରତିଦିନ

ନୀରୋଗ ରହେ ଆନନ୍ଦେ ଥାଏ

ପ୍ରଫୁଲ୍ଲିତ ତା ମନ ।


ସବୁ କଥାରେ ମନ ଲାଗଇ ହୁଅଇ ସୁନା ପିଲା

ବାପା ବୋଉ ସାଙ୍ଗସାଥି ସଭିଏଁ କରନ୍ତି ଆଦର ଗେହ୍ଲା ।


ସବୁ ପରିବା ଫଳମୂଳ ଯେ ଖାଉଥାଏ ନିତି ନିତି

ଶୀତ ଦିନରେ ନ ପାଏ କଷ୍ଟ ସୁଖେ ଦିନ ତା ବିତି ।


କେବଳ ଶୀତ ଋତୁଟି ନୁହେଁ ଅନ୍ୟ ଛ ଋତୁ ଭଲ

ଖାପଖୁଆଇ ଆଳସ୍ୟ ନ ହୋଇ ଚଳିଲେ ହୋଇବୁ ଗେଲ ।


ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ ଜାଣ

ସବୁ ଋତୁର ଅଛି ମହତ୍ତ୍ଵ ହେଜ ମୋ ଶିଶୁଗଣ ।


ଶୀତରେ ଚଷା କାଟେ ଫସଲ ପାଚିଲା ଧାନ କ୍ଷେତେ

ନାନା ଜାତିର ପନିପରିବା ଖାଇ ଖୁସିରେ ଦିନ ବିତେ।


ବୋଇତ ବନ୍ଦାଣ, ଫସଲ ଅମଳ ଖୁସିରେ ଚାଷୀ ଭାଇ

ଖୋଳ କୀର୍ତ୍ତନ ହରି ହରି ବୋଲ ଯେତେ ଧାର୍ମିକ କଥା

ପବିତ୍ର ଧାମେ ହରି ସ୍ମରଣ ପଞ୍ଚୁକ ପାଳନେ ଯଥା ।


ଶୀତ ଋତୁଟି କେବଳ ନୁହେଁ ସବୁ ଋତୁ ମହତ

ଶିଶୁ ଭିତ୍ତିକ ନିଆରା ସୃଷ୍ଟି ଶବ୍ଦେ ବାଢେ ମୁହିଁ ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational