ଶୀତ ସୁନ୍ଦରୀ
ଶୀତ ସୁନ୍ଦରୀ
ଶୀତ ସୁନ୍ଦରୀ ନାନା ବେଶ ଧରି
ନାଚୁଥାଏ ଥିରିଥିରି
ଉଛୁଳା ଯୌବନ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ
ଚତୁଃର୍ଦିଗ ଭରିଭରି
ଧରିତ୍ରୀ ରାଣୀକୁ କୋଳାଗ୍ରତ କରି
ଶୋଭା ବଢା଼ଉ ଥାଏ
ସବୁଜିମାକୁ ରଙ୍ଗୀନ କରି
ସଭିଙ୍କୁ ଖୁସି ଦିଏ
ଫୁଲ ଫଳ ଆଉ ଶସ୍ୟ କ୍ଷେତକୁ
ସୁନ୍ଦର ସଜାଉ ଥାଏ
ଭଅଁର ଆଉ ପ୍ରଜାପତିଙ୍କ
ଭିଡ଼ ଜମାଉ ଥାଏ
ପିଲାଠାରୁ ବୁଢା ସଭିଙ୍କ ଜୀବନେ
ସ୍ମୃତି ଭରି ଦେଇ ଥାଏ
ଧଳା ଗାଲିଚା ବିଛେଇ ଦେଇ
ଛାତିକୁ ଥରାଇ ଦିଏ