Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଗଡୁ ବଡ଼ଦାଣ୍ଡେ ରଥ

ଗଡୁ ବଡ଼ଦାଣ୍ଡେ ରଥ

1 min
165



ମୁଁକାର ଦଉଡି ନାଗ ଶଙ୍ଖଚୂଡ଼

ଭିଡିଧରି ଦୁଇ ହାତେ

ଟାଣୁଛି ଭକ୍ତିରେ ଦିଅ ଦରଶନ

ବିରାଜ ହୃଦୟ ରଥେ ।

ଚଳୁ ସ୍ୱଚ୍ଛନ୍ଦରେ ସତ୍ୟ ପ୍ରଜ୍ଞା ଜ୍ଞାନ

ଜାଗୃତି ପ୍ରେମ ଆସକ୍ତି

ଅଣିମା ବିଭୂତି ତୂରୀୟ ନିର୍ବାଣ

ନନ୍ଦିଘୋଷ ଧୀ ସୁସ୍ୱସ୍ତି ।

ହୃଦ ସହସ୍ରାରେ ବିକଶୁ କମଳ

ପ୍ରଫୁଲ୍ଲିତ ଶତଦଳ

ମହକୁ ସୁବାସ ଚନ୍ଦନ ତୁଳସୀ

କଣ୍ଠେ ଦୟଣାର ମାଳ ।

ଗଡୁ ବଡ଼ଦାଣ୍ଡେ ଶରଧାବାଲିରେ

ରଥ ସତ୍ୟ ଧର୍ମ ପଥେ

ପତିତପାବନ ଜଗନ୍ନାଥ ସ୍ୱାମୀ

ବିରାଜ ମୋ ମନୋରଥେ ।

କୋଟି ସୂର୍ଯ୍ୟପ୍ରଭ ବିବେକ ସୂରୁଜ

ବାମନ ପୁରୁଷୋତ୍ତମ

ତୁମ ପଦ୍ମପାଦେ ପରମ ଆନନ୍ଦ

ସିଦ୍ଧି ମୁକ୍ତି ପୂର୍ଣ୍ଣକାମ ।

   ----


Rate this content
Log in

Similar oriya poem from Classics