ଶୀତ ସନ୍ଧ୍ୟା
ଶୀତ ସନ୍ଧ୍ୟା
ସୁଲୁ ସୁଲୁ ବା ଟି ଦିଏ ଟି ଯନ୍ତ୍ରଣା ମାର୍ଗଶିର ମାସେ ଯହିଁ,
ସନ୍ଧ୍ୟା ଓ ସକାଳେ ତାଣ୍ଡବ ଅଧିକ
ସନ୍ଧ୍ୟାରେ ଅଧିକ ତହିଁ।
ଗରମ ପୋଷାକ ହୋଇ ପରିଧାନ ଘୁରି ବୁଲୁ ଥାନ୍ତି ଜନେ,
ନୂଆ ଭାରତର ନୂତନ ପୋଷାକେ
ନାହିଁ ଶୀତ ବଲି ମନେ।
କର୍ମକରି ଜନେ ଗୃହେ ଫେରୁଥାନ୍ତି ଶୀତର ଚିନ୍ତାଟି କାହିଁ?
କର୍ମ ପରା ଯହିଁ ମୂଳ ମନ୍ତ୍ର ରାଷ୍ଟ୍ରେ
ଶୀତର ଚିନ୍ତା ଟି ନାହିଁ।
କର୍ମୀ ଜନ ପାଇଁ ନାହିଁ ଶୀତ ଚିନ୍ତା ରହିଛି କର୍ମରେ ମନ,
କର୍ମ ଆଗେ ନୁହେଁ ଶିତେଇ ତାଣ୍ଡବ
କର୍ମରେ ରହିଛି ମନ।
ଶୀତ ସଞ୍ଜ ତାକୁ ଭଲ ଲାଗେ ଅତି ମନ ହୁଏ ପ୍ରଫୁଲ୍ଲିତ,
କର୍ମୀ ଜନ ପାଇଁ ଅବକାଶ ଏହୁ
ହୁଏ କେତେ ଆନନ୍ଦିତ।
ଅତି ଉପଯୋଗୀ ଅମୃତ କାଳରେ ଶୀତର ପରିଟି ସନ୍ଧ୍ୟା
ଜ୍ଞାନର ପ୍ରଦୀପ ପ୍ରଜ୍ୱଳିତ କରେ
ଅଟେଟି ଶୀତର ସନ୍ଧ୍ୟା।
ପରିଧାନସର୍ବେ ଗରମ ପୋଷକେ ଶୀତସନ୍ଧ୍ୟା ଭଲଲାଗେ,
ମନ କୁତୁହଳ ରମାଞ୍ଚିତ ଦେହୀ
ଆନନ୍ଦ ଅପାର ଲାଗେ।
ନୂଆ ଭାରତରେ ନୂଆ ପରିବେଶ ଶୀତର ନାହିଁ ଟି ସ୍ଥାନ,
ଆତ୍ମନିର୍ଭରର ପାଇଁ ଟି ଆତୁର
ଏବେ ହୋଇ ଛନ୍ତି ଜନ।
ଆତ୍ମବିଶ୍ୱାସରେ ଜଡ଼ିତ ସମସ୍ତେ କର୍ମ ହିଁ ଟି ମୁଳ ମନ୍ତ୍ର,
ନାହିଁ ଶୀତ ବର୍ଷା ନାହିଁ ଖରା ତାପ,
କର୍ମ ଏବେ ଏକା ମନ୍ତ୍ର।
ଶୀତସନ୍ଧ୍ୟା ଏବେ ଦେଉଛି ସନ୍ଦେଶ ନୂଆ ଭାରତର ମନ୍ତ୍ର,
ନାହିଁ ଶୀତ ଚିନ୍ତା ନୂଆ ଭାରତରେ
ଚିନ୍ତା ବିଶ୍ବ ଗୁରୁ ମନ୍ତ୍ର।