ଶୀତ ସକାଳର ଛିଟା
ଶୀତ ସକାଳର ଛିଟା
ଶୀତ ସକାଳଟା
ଫର୍ଚ୍ଚା ହୋଇଉଠେ
ଚା କପ୍ ଟା
ଓଠ ସ୍ପର୍ଶ କଲାପରେ
ଚଳ ଚଞ୍ଚଳ ହୋଇଉଠେ
ସମଗ୍ର ସତ୍ତା
ନୂଆ ଏକ ଆହ୍ବାନରେ ।
ଶୀତ ସକାଳଟା ଆସେ
କୁହୁଡିର ଧୂମାୟିତ ସ୍ପର୍ଶରେ
ଟୋପି ଟୋପି କାକରର
ମୁକ୍ତା ପୁଣି ହସେ
ଘାସ ପତ୍ରରେ
କୋହଲା ଛୁଆଁ
ସକାଳ ଶୀତରେ
ନିଆଁ ପୁଆଁର
ଉଷ୍ମ ପରଶ ଗା'ରେ
ଖୁବ୍ ନିଆରପଣ
ବାରିହୋଇପଡେ
ତାର ଆଶ୍ଳେଷରେ
ନିଜକୁ ହଜେଇବାରେ ।
ବାଳ ସୂର୍ଯ୍ୟର
କୋମଳ ଛିଟାକୁ
ଦୁର୍ବାର ଅପେକ୍ଷା
ଚାଷୀ ଭାଇର
ବରଷକ ଶ୍ରମର ପରୀକ୍ଷା
ସୁନା ଧାନ କ୍ଷେତରେ ।
ହେଲେ
ମା'କୁ ଯେ କେବେ ଶୀତ ହେଇଛି
ମନେ ପଡେନା
ବଡି ଝପଟିରୁ ଉଠି
କରୁଥାଏ ସେ
ଜାବତୀୟ ଘରକରଣା ।
ଆଉ ପାର୍ବଣ ସକାଳେ ତ
ଶୀତ ଡରୁଥାଏ ମା'କୁ
ସେ ବି ଟାକି ବସିଥାଏ ଖାଇବାକୁ
ମା'ର କର୍ମଠ ହାତର
ନାନା ଜାତି ସସୁଆଦିଆ ଦରବ
ଅବା ପିଠା ପଣା ।
ଏଥିପାଇଁ ତ
ଶୀତକୁ ଛାଡିବାକୁ
ଆଦୌ ଇଛା ହୁଏନା,
ହେଲେ ସକାଳଟା
ସନ୍ଧ୍ୟା ହେଇଯାଏ
ଶୀତ ପୁଣି
ବସନ୍ତରେ ବଦଳିଯାଏ
ସମୟ ଯେ ତାକୁ ବାନ୍ଧି ପାରେନା।।
