ଶୀତ ସକାଳେ..
ଶୀତ ସକାଳେ..
ମା କୋଳେ ଶୋଇଥିବା ଶିଶୁପରି
ନିରୀହ ଚାହାଣୀରେ ଦୁନିଆ ଦେଖୁ ଦେଖୁ
ମିଛିମିଛିକା ଆଖିଖୋଲି ଅଳସି ଜାଣି ଶୁଣି
ପୁଣି ଥରେ ଆଖି ବନ୍ଦ କରିଦିଏ
ଆଉ
ଚାରିଆଡ଼େ ପତଳା ଧୂଆଁ ଦେଖି
ବହଳ ଅନ୍ଧାର ଚିରି ଆସୁଥିବା ସୂର୍ଯ୍ୟାଲୋକ
ମେଘ ଉହାଡରେ ଅଜାଣତରେ ପୁଣି ଥରେ
ଆଖି ବୁଜି ଲୁଚିଯିବାକୁ ଚାହେଁ
କିନ୍ତୁ
କର୍ତ୍ତବ୍ୟ ଛାଡେନା କାହାକୁ
ଉଠିବାକୁ ତ ହେବ..ଚାଲିବାକୁ ବି ପଡିବ
ବୟସ ହେଉ କି ପେଟର ଭୋକ
ଦେହର ଶୀତ ..କି ମନର ଶୋକ
କାରଣ
ସକାଳ ହେଉ କି ସଂଜ ହେଉ
ଦେଶ ହେଉ କି ପରଦେଶ ହେଉ
ତା ଛୁଆଁ ଶିହରାଇ ଦେଇଯାଏ
ସେ କିନ୍ତୁ ତା ବାଟରେ ଚାଲିଯାଏ