STORYMIRROR

MADHU MITA

Abstract

2  

MADHU MITA

Abstract

ଶୀତ ସକାଳେ..

ଶୀତ ସକାଳେ..

1 min
367

ମା କୋଳେ ଶୋଇଥିବା ଶିଶୁପରି

ନିରୀହ ଚାହାଣୀରେ ଦୁନିଆ ଦେଖୁ ଦେଖୁ

ମିଛିମିଛିକା ଆଖିଖୋଲି ଅଳସି ଜାଣି ଶୁଣି

ପୁଣି ଥରେ ଆଖି ବନ୍ଦ କରିଦିଏ


ଆଉ


ଚାରିଆଡ଼େ ପତଳା ଧୂଆଁ ଦେଖି

ବହଳ ଅନ୍ଧାର ଚିରି ଆସୁଥିବା ସୂର୍ଯ୍ୟାଲୋକ

ମେଘ ଉହାଡରେ ଅଜାଣତରେ ପୁଣି ଥରେ

ଆଖି ବୁଜି ଲୁଚିଯିବାକୁ ଚାହେଁ


କିନ୍ତୁ


କର୍ତ୍ତବ୍ୟ ଛାଡେନା କାହାକୁ

ଉଠିବାକୁ ତ ହେବ..ଚାଲିବାକୁ ବି ପଡିବ

ବୟସ ହେଉ କି ପେଟର ଭୋକ

ଦେହର ଶୀତ ..କି ମନର ଶୋକ


କାରଣ


ସକାଳ ହେଉ କି ସଂଜ ହେଉ

ଦେଶ ହେଉ କି ପରଦେଶ ହେଉ

ତା ଛୁଆଁ ଶିହରାଇ ଦେଇଯାଏ

ସେ କିନ୍ତୁ ତା ବାଟରେ ଚାଲିଯାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract