STORYMIRROR

Nibedita Mishra

Abstract

4  

Nibedita Mishra

Abstract

ଶୀତ ରାତି

ଶୀତ ରାତି

1 min
300


ଆସନ୍ତାନି ସମୟ ଚକ୍ରରେ ଧରାପୃଷ୍ଠେ ଏମିତି ଏକ ଶୀତ ରାତି

ଥଣ୍ଡା କରି ଦେବାକୁ ସମ୍ପର୍କରେ ବଢି ଯାଉଥବା ତିକ୍ତତାର ତାତି।


 ଆଧୁନିକତା ର ମହାମାରୀ ରେ ରୋଗାକ୍ରାନ୍ତ ପ୍ରତିଟି ସମ୍ବନ୍ଧ ଆଜି

ସ୍ନେହ,ପ୍ରେମ,ଭକ୍ତି,ସମ୍ନାନ,ସଂସ୍କାର ସବୁକିଛି ଯାଉଛି ହଜି ହଜି।


ସେ ଶୀତରାତି ରେ ପ୍ରେମର କୁହୁଡି ଘୋଡେଇ ପଡନ୍ତା ସବୁଠି ଯାଇ

ଶୀତଳୀ ଯାଆନ୍ତା ଯେତେ ସବୁ ମନାନ୍ତର ମତାନ୍ତର ଉଷ୍ମତା ତହିଁ।


ସମସ୍ତେ ଶୀତବସ୍ତ୍ର ପରିବର୍ତ୍ତେ ଭାଇଚାରର ପୋଷାକ ଆଢୁଆଳେ

ଘୋଡେଇ ରଖନ୍ତେ ଜାତିଆଣ ର ଘୃଣ୍ଯ ମନୋଭାବ ମନୁ ହେଲେ।


ସେ ଶୀତ ରାତିରେ ସଭିଏଁ ହିଂସା ,ଅହଂକାର,ଦ୍ବେଷର ବହ୍ନି ଜଳାଇ

ସେକି ଦିଅନ୍ତେ ଭଲା ପରସ୍ପର କୁ ଆତ୍ମୀୟତାର ଉଷୁମ ପରଶ ଦେଇ।


ଗେଣ୍ଡୁ,ସେବତୀ,ମାଳତୀ,ଡାଲିଆ ଓ ସୋରିଷ ଫୁଲ ଗୁଡିକ ସମାନ

ସ୍ନେହ,ଭକ୍ତି,ଶ୍ରଦ୍ଧା ଓ ସମ୍ନାନେ ମହକି ଉଠନ୍ତା ପ୍ରତିଟି ଉଦାସୀ ମନ।


ସାୟାହ୍ନରେ ଚା'କଫିର ଆସର ଜମନ୍ତା ପ୍ରତିଟି ବୈଠକ କୋଠରୀରେ

ଚା'କଫିର ଉଷ୍ମତା ରେ ବିଗତ ସ୍ମୃତି ସବୁ ଉଜ୍ଜିବୀତ ହୁଅନ୍ତା ପୁଣିଥରେ ।


ଯେବେ ସେହି ଅତି ଆପେକ୍ଷିତ ଶୀତରାତି ବିଦାୟ ନେଇ ଫେରନ୍ତା

ଋତୁ ବସନ୍ତ ପରି ସମ୍ପର୍କ ର ବୃକ୍ଷକୁ ଏକ ନୂଆ ସ୍ପର୍ଶ ଦେଇ ଯାଆନ୍ତା।


ସତରେ ଯଦି ଆସି ଯାଆନ୍ତା କେବେ ଏମିତି ଏକ ସୁନ୍ଦର ଶୀତରାତି

ବଦଳି ଯାଆନ୍ତା ପ୍ରତିଟି ସମ୍ପର୍କର ନୂଆ ପରିଚୟ ନିଶ୍ଚୟ ରାତାରାତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract