STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଶୀତ ଓ କୋଭିଡ୍

ଶୀତ ଓ କୋଭିଡ୍

1 min
262


କରାଳ ସମୟ କୋରୁଛି କରୋନା

ଶୀତକୁ ବି ଭାରି ଡର ଲାଗୁଛି

ଶୀତ ସହିତ କୋଭିଡ୍ କାଳେ ମିତ 

ପୁଣି ହକାଳିବ ବୋଲି ଆଶଙ୍କା ହେଉଛି

ବିଶ୍ୱ , ମଣିଷ ଡରି ଥରି ଜୀଉଛି

ଚାରିଆଡେ ଭୟ ରାକ୍ଷସ ଧାଉଁଛି

ମିତ ଲୋ !

ଆମେ ଜୀବନେ ଖାଲି 

ପା ମୃତ୍ୟୁ ଭୟ ପଇଚି।


ମୋ ବୁଢା ବା ପେଜୁଆ ଆଖିରେ

ଶୀତ ଥୁରୁ ଥୁରୁ ହେଉଛି

ବୁଢ଼ୀ ବୋଉର ପାକୁଆ ପାଟିଟା

ଅଧ କଂସେ ନାଲି ଚା ଚାହୁଁଛି

ଜାଡ ଓ କରୋନା ମାଡ଼ ସହି ନପାରି

ଗୁରେଇ ମା ରାତିରୁ ମରି ହୋଇଛି

ବାସି ମଢା ହୋଇ ଯାଇଛି

ପ୍ରାବାସିଆ ପୁଅ ତ ତାର

ଶବ କେମିତି ଉଠିବ ଭାଲେଣି ପଡିଛି

ମିତ ଲୋ !

 ଆମ ଜୀବନେ ପା ସହିତ ଆଇଚି।


ସପନି ଦାଦା ମୋ କୁହୁଡ଼ିରେ ଓଦା

ଶୀତ ତାକୁ ହିଁ କେବଳ ଡରିଛି

ପୂରୁବେ ସୁରୁଜ ଉଦେ ହେଉ କି ନ ହେଉ

ଦାଦା ମୋ ଧାନ କ୍ଷେତେ ଦୁଉଚି

ମୁଁ ଅର୍ଦ୍ଧ ଶିକ୍ଷିତ ଅଳସୁଆ ହୋଇ

କମ୍ବଳ ତଳେ ଉଷୁମ ଟାଣୁଛି

ଶ୍ରମ ବିମୁଖ ମୁଁ ହୋଇଛି

କୋଭିଡ୍ ଓ ଶୀତକୁ ମୁଁ ବେଶୀ ଡରୁଛି

ମିତ ଲୋ!

ଅଳସୁଆ ଦୁଃଖ ପାଏ ଜାଣିବି ଆଳସ୍ୟ ନ ତେଜୁଛି।


ବୋଉ ଲିପି ପୋଛି ଘର ଦ୍ୱାର ଖଳା

ଭଳିକି ଭଳି ଝୋଟି ଆଙ୍କୁଛି

ବରଷକେ ଥରେ ମାଣ ଧୋଇ ଧାଇ

ମା ଲକ୍ଷ୍ମୀଙ୍କୁ ଖଟୁଲିରେ ପୁଜୁଛି

ମାର୍ଗଶିର ମାଣବସା କରିଛି

ନମସ୍ତେ କମଳା କହୁଛି

ଗଣ୍ଡେ ଖଣ୍ଡେ ତାର ଅଭାବ ନ ରହୁ

ଏତିକି ମାଗୁଣି କରୁଛି

ମିତ ଲୋ!

ପିଲା ଛୁଆଙ୍କ ଶୁଭ ମନାସୁଛି।


ବିଟ୍, କୋବି,ମୂଳା, ବିନସ୍,ଗାଜରଙ୍କର

ରାସ୍ତେ କଡେ ମେଳା ବସିଛି

ସାଲ୍, ସ୍ଵେଟର,କମ୍ବଳେ ବଜାର ଘାଟ ଝଲସୁଛି

କାଲୁଆ ପବନ ମଞ୍ଜ ଦୋହଲାଇ ଦେଉଛି

ଛୋଟ ଦିନ ରାତି ବଡ଼ ହେଉଛି

ସଜ ବାଜ ହୋଇ ଫୁଲେଇ ଗେଣ୍ଡୁ

ବାଡ଼ି ବଗିଚାରେ ହସୁଛି

କୋରୋନା ପାଇଁ ପିକନିକ ଏସନ

ଅଥାର ହାଣ୍ଡି ପରି ମୁହଁ କରି ବସିଛି

ମିତ ଲୋ!

ସବୁ ଥାଇ ବି ଏବେ କିଛୋ ନଥିଲା ପରି ଲାଗୁଛି।


କିଂ କର୍ତ୍ତବ୍ୟ ବିମୁଢ ମଣିଷ

ହାତେ ହାତ ବାନ୍ଧି ବସିଛି

କୁଳ କିନାରା ନ ପାଉଛି

ପ୍ରକୃତି ଶୀତ ଦେହକୁ ସିନା ବାଧେ

ଭାଇରସ ଶୀତ ହୋସ୍ ଉଡାଇ 

ଛାତି ଦୁଲୁକେଇ ଦେଉଛି

ମିତ ଲୋ !

ଜୀବନୁ ହସ ଖୁସି କୁଆଡେ ହଜି ଯାଉଛି।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy