ଶୀତ ଓ ଚା
ଶୀତ ଓ ଚା
ଶୀତ ସଙ୍ଗେ ମିତ ବସି
ତୁମ ହାତରୁ ଚା ନେଲାବେଳେ
ତୁମ ମୁହଁ ଧୁଆଁଳିଆ
ବାମ୍ଫରେ ନା କାକର ସ୍ପର୍ଶରେ
ଭାବୁ ଭାବୁ ଖବକାଗଜମାନଙ୍କରେ
ତୁମ ହାତ ଲେଖା କବିତା ଭିତରେ
ତୁମେ ଏତେ ସ୍ଵଚ୍ଛ କେମିତି!
ତୁମେ କୁହ ଚା ଟା ଥଣ୍ଡା ହେଇଯିବ
ଆଉ ମୁଁ ଖୋଜୁଥାଏ ମତେ ମସ୍ତିସ୍କ ଭିତରେ
ନା କବିତା ଛନ୍ଦରେ କି ଶବ୍ଦ ଗନ୍ଧରେ
ତୁମେ ଚା କପ ନେଇସାରିଥାଅ
ବାପରେ କବିତା ଗୁଡା ଲାଗେ ଚା'ପରି ଉଷ୍ମ
ମୁଁ ବନିଯାଏ ପିତାମହ ଭୀଷ୍ମ
ଆଉ ମାଗୁଥାଏ ଆଉ କପେ ଚା
ଶୀତ ଓ ଚା ଭିତରେ ତୁମ କବିତା
ମତେ ହାତ ଠାରି କହେ ଆ ଗାଁ କୁ ଆ
ଥରେ ଦେଖିଯା ମାଆ ନଥିବା ଗାଁର ମାଟିମାଆ
ଚା କପର ବାଷ୍ପ ଭିତରେ ପେଷି ହେବା ପୂର୍ବରୁ
ନାଁ ଗାଁ ଠିକଣା ସେ ପରା ସମସ୍ତଙ୍କ ମାଆ।
