ଶୀତ ଗୀତ
ଶୀତ ଗୀତ
ଆସଆସ ଭାଇ ବନ୍ଧୁ ଓ ସଙ୍ଗାତ
ଗାଇବା ଶୀତର ଗୀତ,
ପ୍ରଭାତୁ ଉଠିବା କରି ଶୀତ ତ୍ୟାଗ
ସକାଳ ଭ୍ରମଣ ନିତ୍ୟ।
ଯୋଗ କରିବାଟା ଅତି ଆବଶ୍ୟକ
ଦୂରେଇ ଶୀତକୁ ମନୁ,
ବନ୍ଦେ ମାତରମ୍ ଗୁଞ୍ଜୁ ଥିବ ହୃଦେ
ଜନଗନମନ ମନୁ।
ଶୀତରେ ଭ୍ରମଣ ସ୍ବାସ୍ଥ୍ୟ ପାଇଁ ଭଲ
ଯୋଗ କରେ ଶକ୍ତିଶାଳୀ,
ଶୀତ ଗୀତ ଦିଏ ରାଷ୍ଟ୍ର ଭକ୍ତି ହୃଦେ
ଉନ୍ନତି ପ୍ରଭାବଶାଳୀ।
ସେନାଙ୍କ ବୀରତ୍ବ ଗାଇବା ସକାଳୁ
ସୀମାକ୍ଷେତ୍ର ପରାକ୍ରମ,
କିପରି ଶତ୍ରୁକୁ ଭଗାଇ ଦିଅନ୍ତି
ନିତ୍ୟେ ଗୁଞ୍ଜେ ପରାକ୍ରମ।
କେତେ ଶକ୍ତିହୀନ ଚୀନର ସୈନିକ
ଡ଼ରେ ଯାନ୍ତି ସେ ପଳାଇ,
ରାଷ୍ଟ୍ରର ସୈନିକ ଦିଅନ୍ତି ଗୌରବ
ଗାଉଥିବା ଗୀତ ଭାଇ।
କେତେ ରାଷ୍ଟ୍ର ଭକ୍ତି ହୃଦୟେ ସେନାଙ୍କ
କର୍ତ୍ତବ୍ୟରେ ଅନୁକ୍ଷଣ,
ଜୀବନଟା ତାଙ୍କ ରାଷ୍ଟ୍ରର ରକ୍ଷାରେ
ସୁରକ୍ଷାରେ ଅନୁକ୍ଷଣ।
ଭାରତର ସେନା ଦେଲେଟି ଗୌରବ
ମାର୍ଗଶିର ମାସେ ଯହିଁ,
ଶୀତଗୀତ ପରା ଶୀତରେ ଗୁଞ୍ଜୁଛି
ଜନ ଉତ୍ସାହିତ ତହିଁ।
କେନ୍ଦ୍ର ସରକାର କାର୍ଯ୍ୟ ଜନହୀତ
କରୁଛି କର୍ତ୍ତବ୍ୟେ ରହି,
ଶିଶ୍ବେମିଳେ ଭାଇ ରାଷ୍ଟ୍ରକୁ ସମ୍ମାନ
ଅମୃତ କାଳଟି ଏହି।
ଆତ୍ମନିର୍ଭରର ଗୀତକୁ ଗାଇବା
ହେବାଟି ଆତ୍ମନିର୍ଭର,
ମାର୍ଗଶିର ପୌଷେ ଶୀତଗୀତ ଭାଇ
ଗୀତ ଭାରତ ମାତାର।
ସକାଳୁ ଉଠିବା ଶଯ୍ୟା ତ୍ୟାଗକରି
ଗାଇବା ଶୀତେଇ ଗୀତ,
ରାଷ୍ଟ୍ରଭକ୍ତିଗୀତ ଆନନ୍ଦେ ଗାଇବା
ଗାଇବା ଗୌରବ ଗୀତ।
