STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଶୀତ ଆଉ ମୁଁ

ଶୀତ ଆଉ ମୁଁ

1 min
258


ସକାଳୁ ଉଠିକି ଦେଖିଲି ଦାଣ୍ଡରେ

ଶିଶୁଟିଏ ଥରୁଅଛି

ମାଘର ମାଡ଼କୁ ପୁଂଗୁଲା ଦେହରେ

ସାରାରାତି ଖାଇଅଛି?


ପାଖକୁ ଯାଇକି ନିଜର ଚାଦର

ଘୋଡାଇଲି ତାର ଦେହ

ଘରକୁ ଆଣିକି ନିଆଁରେ ସେକିଲି

ଆଖିରୁ ବୁହାଇ ଲୁହ।


ପେଟକୁ ଖାଇବା ଦରବ ସହିତ

ଗିଲାସେ ଗରମ କ୍ଷୀର

ପୁଙ୍ଗୁଳା ଦେହକୁ ପିନ୍ଧାଇ କହିଲି

ଆଖିରୁ ନବୁହା ଝର।


ପଚାରିବାରୁ ସେ ଥଙ୍ଗେଇ ଥଙ୍ଗେଇ

କହିଲା ବାପାଙ୍କୁ ମୋର

ଜୀବନରେ ମୁହିଁ ଦେଖିନାହିଁ ମୋଟେ

ମାଆ କାଲି ସ୍ଵର୍ଗଦ୍ଵାର।


ଏକାକୀ ଜୀବନ ବଞ୍ଚିବାକୁ ହେବ

ସାହାରା ଏକା ଈଶ୍ଵର

ଅଖିଆ ଅପିଆ ପଡ଼ି ରହିଅଛି

ଏ ଘର ଦାଣ୍ଡ ଦୁଆର।


ସାରାରାତି ମୁହିଁ ଡାକୁଛି ଈଶ୍ଵର 

ମାଆ ପାଶେ ନେଇଚାଲ

ଶୀତର ମାଡ଼କୁ ସହିଲି ବୋଲିକି

ଏବେ ମୁଁ ପାଉଛି ଗେଲ।


ସେଇ ପୁଅଟିକୁ ନିଜର କରିଲି

ଭିଡ଼ିକି ଛାତି ଉପରେ 

କହିଲି ଆଜିଠୁ ଏହି ଘର ତୋର

ବାପା ବୋଲି ଡାକିଲୁରେ।


ଶିଶୁଟି ମୋହର ଛାତିରେ ତକ୍ଷଣେ 

ଆନନ୍ଦରେ ଢଳିଗଲା

ଅଭାବ ଯା'ଥିଲା ସମାଧାନ କ'ଣ

ଚିରନିଦ୍ରାରେ ଶୋଇଲା।


ବଡ଼ ଅସହାୟ ଆମେ ଦୁହେଁଥିଲୁ

ପିଲାଟିର କେହି ନାହିଁ

ମୋର କୋଳଶୂନ୍ୟ ରହିଛି ରହିଲା

ଅଭାବ ପୂରଣ କାହିଁ?


ବଡ଼ ନିଷ୍ଠୁର ଏ ଈଶ୍ଵର ନିଶ୍ଚୟ

କାହିଁକି ସମ୍ପର୍କ ଯୋଡ଼ି

ଭାଙ୍ଗିଦେଇ ହାୟ କି ଲାଭ ପାଇଲେ

ଜୀବନକୁ ଆମ ପୋଡ଼ି?


     


Rate this content
Log in

Similar oriya poem from Children