STORYMIRROR

Kartik chandra panda

Abstract Others

4  

Kartik chandra panda

Abstract Others

ଶୀତ ଆସିଲା

ଶୀତ ଆସିଲା

1 min
269

ହେମନ୍ତ ସରିଲା ଶୀତ ଆସିଗଲା

    ଲୋଡ଼ା ହେଲା କନ୍ଥା କମ୍ବଳ

ଦେହ ଥରିଯାଏ ହାତ କେମ୍ପା ଯାଏ

    ଶୀତ ଜାଡ ଅତି ପ୍ରବଳ

ଶଯ୍ୟା ଛାଡିବାକୁ ଇଚ୍ଛା ହେଉନାହିଁ

    କମ୍ବଳ ଭିତରେ ଶରୀର

ଘୋଡାଇ ରଖିବା  ଖରାରେ ବସିବା

    ଲୋଡ଼ା ହେଲା ଶୀତ ବସ୍ତ୍ରର

ପାଦ ଠାରୁ ମୁଣ୍ଡ   ଆଚ୍ଛାଦିତ କରି

    ଯେବେ ଯିବା ହାଟ ବଜାର

କୋହଲା ପବନ  ଦେହରେ ବାଜିଲେ

    ଥରି ଉଠେ ସାରା ଶରୀର

ପାଣିରେ ପଶିଲେ   ଥରିଯାଏ ଦେହ

    ବରଫ ପରାୟେ ଲାଗଇ

ପ୍ରବଳ ଶୀତରୁ   ମୁକୁଳିବା ପାଇଁ

   ନିଆଁ ଜାଳି ଦେହ ସେକଇ

ସୁଟ ଶ୍ୟାଟ କୋଟ  ଜ୍ୟାକେଟ, ଚାଦର

   ମଫଲର ଲୋଡ଼ା ହୁଅଇ 

ଗରମ ଗରମ    ଚା କଫି ଟିକେ

   ଦେହ କୁ ସତେଜ କରଇ ।  


Rate this content
Log in

Similar oriya poem from Abstract