STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଶିବ ଚତୁର୍ଦ୍ଦଶୀ

ଶିବ ଚତୁର୍ଦ୍ଦଶୀ

1 min
225



ସତ୍ୟ ସୁନ୍ଦର ଶିବ ଶଙ୍କର

ପ୍ରଣତି ବାରେ ଘେନ

ସୁଖ ଦୁଃଖ ରେ ହୋଇବ ସାହା

ଏତିକି ନିବେଦନ।


ଅଳପେ ପ୍ରଭୁ ହୁଅନ୍ତି ତୋଷ

ଦିଅନ୍ତି ଯାଚି ଫଳ

ସେଇଥିପାଇଁ ଦେଉଳେ ତାଙ୍କ

ଭକତେ ନିତି ଠୁଳ

ଅଷ୍ଟମୀ ଆଉ ସୋମବାର ଯେ

ପ୍ରଭୁ ଙ୍କ ପ୍ରିୟ ଦିନ ।


କୃତ୍ୟକୌମୁଦୀ ଗ୍ରନ୍ଥେ ହୋଇଛି

ଶିବ ମହିମା ଗାନ

ମାସର କୃଷ୍ଣ ଚତୁର୍ଦ୍ଦଶୀ ଯେ

ମହାଦେବ ଙ୍କ ଦିନ

ସେ ଶିବ ଚତୁର୍ଦ୍ଦଶୀ ଭାବରେ

ଜଗତେ କ୍ଷାତ ଜାଣ ।


ଅନ୍ଧାର ରାତି ଶିବରାତ୍ରି ରେ

ଜାଳାଇ ଘିଅ ଦୀପ

ଭାବ ଭକ୍ତି ରେ ପ୍ରଭୁ ଙ୍କ ନାମ

ଭକ୍ତେ କରନ୍ତି ଜପ

ପ୍ରଭୁଙ୍କୁ ଧ୍ୟାନ କଲେ ସେଦିନ

ମିଳଇ ମହାପୂଣ୍ଯ ।


ଶିବରାତ୍ରି ର ମଧ୍ୟରେ ସାର

ଫାଲ୍ଗୁନ ଚତୁର୍ଦ୍ଦଶୀ

ସେ ମହା ଶିବ ରାତ୍ରେ ଜାଗର

ଜାଳନ୍ତି ଭକ୍ତ ବସି

 କିଆ କେତକୀ ଚୁଆ ଚନ୍ଦନ

ମ଼ହକେ ରାତି ଦିନ।


ମାସ ମଧ୍ୟରେ ଶ୍ରାବଣ ମାସ

ପ୍ରଭୁଙ୍କ ଭାରି ପ୍ରିୟ

ଜଳାଭିଷେକ କରନ୍ତି ଭକ୍ତ

ନିଷ୍ଠାରେ ରଖି ଲୟ

ସକାମ ଉକ୍ତି ନିଷ୍କାମ ଭକ୍ତି

ଜୀବନ ହୁଏ ଧନ୍ୟ ।



Rate this content
Log in

Similar oriya poem from Classics