STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ଏ ବାବୁ କଳିଯୁଗ

ଏ ବାବୁ କଳିଯୁଗ

1 min
235


ମୋହମାୟା ର ଏ ଦୁନିଆ 

ଏଠି କେହି ନୁହଁ କାହାରି 

ସୁଖ ର ସାଥି ସଭେଁ ଏଠି 

ଦୁଃଖରେ ଯାଆନ୍ତି ଓହରି ll


ଧନ ଥିଲା ବେଳେ ସଭିଏଁ ହେବେ ପଚାରି 

ଗରିବ ହୋଇଲେ ତୁ ସବୁ ଯିବେ ଓହରି 

ଏଇ ବାବୁ କଳିଯୁଗ 

ଏଠି ଭଲ କଲେ କଷ୍ଟ ପାଇବ

ଆଉ ଭେଲ କଲେ ଆନନ୍ଦ ପାଇବ

ସାଧୁ ହେଲେ କାନ୍ଦି ଚଳିବ 

ଆଉ ଅସାଧୁ ହେଲେ ହସ 

କାରଣ ଏ କଳି ର ଚକ୍ରଫାସ  ll


 ଏ ବାବୁ କଳି ଯୁଗ 

ଏଠି କଳି ଅଛି ସ୍ୱାର୍ଥ ଅଛି ଅଧର୍ମ ବୋହୁଛି 

ମିଛ ପାଖେ ସତ ବନ୍ଧା ପଡିଛି 

ଅନ୍ୟାୟ ର ଫାସ ରେ ନ୍ୟାୟୀ ଜଳୁଛି 

ପ୍ରତି ପାହାଚ ରେ ଡିନାମାଇଟ ଅଛି 

ଖାଲି ଅପେକ୍ଷା ବିସ୍ଫୋରଣ କୁ ବାକି ଅଛି ll


ଏଠି ସବୁ ମିଛ, ସବୁ ମାୟା ସବୁ ମୋହ 

ସାବଧାନ ରେ ମନ 

ନହେଲେ ହେବୁ କହଦହ 

ସଂସାର ମୋହରେ

ମରିବୁ ତୁହି ଜଳି ଜଳି ରେ 

ସବୁବେଳେ ଭଜିଚାଲ ପରଂବ୍ରହ୍ମଙ୍କୁ ନିରାକାର କୁ ll


ସବୁବେଳେ ହେଜୁଥିବୁ ରେ ମନ 

ତୁମର କଣ ଗଲା ଯେ କାନ୍ଦୁଛ 

କଣ ନେଇ ଆଣିଥିଲୁ ତୁ ହଜେଇଦେଲୁ 

କଣ ଯେ ଗଢିଥିଲୁ ଭାଙ୍ଗି ତୁ ଦେଲୁ 

ଆଜି ଯାହା ଦେଖୁଛୁ ତୋର 

କାଲି ସେଇଟା ଥିଲା ଆଉ କାହାର 

ପୁଣି ପର ଦିନ ହେବ ଆଉ କାହାର 

ପରିବର୍ତନ ନିୟମ ଏ ସଂସାର ର ll







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract