ଅନ୍ଧାରି ମୁଲକ
ଅନ୍ଧାରି ମୁଲକ
ତୁଙ୍ଗ ହିମାଳୟ ଉଭା ଚତୁଃପା6ର୍ଶ୍ୱ ଅବକ୍ଷୟ ସମତଳ
କି ଭାବେ ବୋଲାଅ ମହାରଥୀଗଣ ଲଜ୍ଜିତ କ୍ଷତ୍ରିୟ କୁଳ ।
ବାନ୍ଧି ପାର ତୁମ୍ଭେ ଅନୀଳେ ପ୍ରାସାଦ ବାହୁ ବଳେ ବଳିୟାର
ମାତୃ ଜାତି ନିନ୍ଦା ନ ସହେ କ୍ଷତ୍ରିୟ ସହେ ଯେ ସ୍ଥାଣୁ ବର୍ବର ।
ଇଚ୍ଛାମୃତ୍ୟୁ ଲଭି ଡ଼ରାଅ ସମନେ ଜୀବନ ତ ନିରର୍ଥକ
ରଙ୍ଗସଭା ଆଜି ଅଙ୍ଗେ ଅଙ୍ଗେ ସାଜେ ପୁଷ୍ପ କଳି ଅବୃନ୍ତକ ।
ଗୁରୁ ବି ବନ୍ଧିତ ମାୟା ଜଞ୍ଜିରରେ ପୁସ୍ତକେ ସୀମିତ ଶିକ୍ଷା
ନିଜର ସମ୍ମାନ ରଖ ଦେବୀଗଣ ନ ମାଗ ଜୀବନ ଭିକ୍ଷା ।
ଦିବ୍ୟଦୃଷ୍ଟି କିବା ଲୋଡ଼ା ରଣାଙ୍ଗନେ ଅଦୃଷ୍ଟ କି ଅତ୍ୟାଚାର
ବୃଥା ପ୍ରହସନ ରାଜ୍ୟର ଶାସନ ସମରୂପୀ ବ୍ୟବହାର ।
କାଷ୍ଠ ସମର୍ପିତ କୁରାଢ଼ୀ ମଧ୍ୟରେ ବାନ୍ଧି ଅନ୍ଧକାର ପଟି
ନାରୀ ସମ୍ମାନୀତା ନୋହିଲେ ଧରାରେ ପାରିବ କି ହସ ଫୁଟି ?
କି କ୍ଷତିପୂରଣ ଦେବ ମହାମାନ୍ୟ ଭଣ୍ଡାର ତୁମର ନୁହଁ
ଭଣ୍ଡାର ରକ୍ଷକ ସେହି ମାତୃଲୋକ ସମୁଚିତ ଶିକ୍ଷା ଦିଅ ।