STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଆତ୍ମନେପଦୀ

ଆତ୍ମନେପଦୀ

1 min
255


ଏ ଜୀବନଗୋଟେ ଖୋଲାବହି ଏଠି କେତେହସ କେତେକାନ୍ଦ

ଏ ଜୀବନ ଗୋଟେ ବିସ୍ତୃତ କବିତା ସୁର ଯାର ମୁକ୍ତ ଛନ୍ଦ

ଅନେକ ଦୁଃଖର ଯବନିକା ଅନ୍ତେ ସୁଖ ସୂରୁଯ ଉଇଁଛି

ଜୀବନ ଆକାଶେ କେବେ ପୁଣି କଳା ମେଘ ଘୋଡେ଼ଇ ଦେଇଛି ।।


ସଂସାର ଜଞ୍ଜାଳ ଜଳସ୍ରୋତେ କେବେ ବେସାହାରା ହୋଇ ଭାସେ

କେବେ ଉର୍ବର ମୃତ୍ତିକା ୟେ ଜୀବନ ସଶ୍ୟ ଶ୍ୟାମ ରଙ୍ଗେ ହସେ 

ତୁଛା ମରୁବାଲି ଜୀବନ ଟା ଖାଲି ରୌଦ୍ର

ତାପରେ ଜଳଇ

ଦୁଃଖୀ ଜୀବନେ ମୋ ବିଧାତା ଶୀଶିର ପାତେ ନିତି ଭିଜୁଥାଇ ।।


କେତେ ବାଧା କେତେ ବନ୍ଧନ ଛିଣ୍ଡାଇ ଆଗକୁ ଆଗେଇ ଚାଲେ

କେତେ ସ୍ଵତ୍ସ ଶୁଭ୍ର ଆଲୋକ ରଶ୍ମୀ ରେ ଜୀବନ ର ଚକ୍ର ବୁଲେ

ଅମା ଅନ୍ଧକାରେ କଣ୍ଟକିତ ପଥେ କ୍ଷତାକ୍ତ ଶରର ନେଇ

ଚାଲିବା କୂ କେଉଁ ଅଦୃଶ୍ୟ ଶକ୍ତି ମୋ ମନ ଦୃଢ଼ କରିଛଇଁ ।।


କେତେ ମିଠା କେତେ ଦୁଃଖ ଅନୁଭୁତି ମନେ ଅଛି ମନେ ନାହିଁ

କେତେ ସ୍ମୃତି ପୁଣି ଆଖି ଆଗେ ଆଗେ ଝାପ୍-ସା ହୋଇ ଦିଶୁଥାଇ

ସବୁ ସୁଖଦୁଃଖ ଅଭୁଲା ମୁହୁର୍ତ୍ତ କାଳେ ଭୁଲି ଯାଇପାରେ

ସେ ଅଭୁଲା ସ୍ମୃତି ସାଇତି ରଖିଛି ମୋ ଜୀବନ ପୁସ୍ତିକା ରେ ।।


ଚାଲିବାକୁ ବାକି ପଥ ବହୁଦୂର ଆଗକୁ ଆଗକୁ କେତେ

ସୁଖ ଅବା ଦୁଃଖ ଅନ୍ଧାର ଆଲୁଅ କି ହେବ ବା ଭବିଷ୍ୟତେ 

ଅଜଣା ତ ଭବିତବ୍ୟ ଜୀବନର ଖେଳ ଅଦୃଶ୍ୟ ଶକ୍ତି ର

ସେ ସବୁ ବହନ କରିବ ଯେ ଫର୍ଦ୍ଦ(ସେ)ଜୀବନ ପୁସ୍ତିକା ମୋର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics