Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

3  

Anirudha Kund

Classics

ଅଦିନିଆ ଅଣସର

ଅଦିନିଆ ଅଣସର

1 min
198



ଚନ୍ଦନ ଚର୍ଚ୍ଚିତ ଭକତର ମିତ

   କାହିଁକି ଏମିତି କଲ

ଚତୁରେ ଛଳିଆ  ପୁଣି ଅଦିନିଆ 

  ଅଣସରେ ତୁମେ ଗଲ ॥୦॥


ଆହେ ଚକାଆଖି ଶ୍ରୀମନ୍ଦିର ସାକ୍ଷୀ

   ଅଦିନର ଅଣସର

ଅଣାୟତ ହେଲା ସାରା ସଂସାର ଲୋ

   ତୁମ୍ଭ ବିନା ଅଣାକାର

ଚାତକ ପରିକା ଚାହିଁ ରହିଥିଲେ

   ଚିତ୍ତ ହରା ଭକ୍ତ କୁଳ॥୧॥


ଚରଣ ହେଉଛି ଚରମ ଆତୁର

   ଶ୍ରୀମନ୍ଦିର ଯିବା ପାଇଁ

ଚକାଆଖି ତୋର ଚକାଆସନକୁ 

  ଦେଖିବାକୁ ନେତ୍ର ଫେଇ

ସତେକି ଦର୍ଶନ ନବ ଯୋଉବନ

  ହେବାର ଆସିଲା ବେଳ ॥୨॥

    

ଆଜି ନୀଳାଚଳ ଚଳ ଚଞ୍ଚଳ ଲୋ

   ଦେଖିବାକୁ ଜଗଦୀଶ 

ପଡିଲା ଚହଳ ଖୋଲିଲା ଦେଉଳ  

   ପ୍ରତୀକ୍ଷା ର ହେଲା ଶେଷ

ଚିନ୍ତି ଚିନ୍ତି ଚିତ୍ତେ ଚରଣାମୃତକୁ

 ହୁଏ ମୁଁ ଭାବ ବିହ୍ବଳ ॥୩॥


Rate this content
Log in

Similar oriya poem from Classics