Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଆତ୍ମନେପଦୀ : ଧୃତରାଷ୍ଟ୍ର

ଆତ୍ମନେପଦୀ : ଧୃତରାଷ୍ଟ୍ର

1 min
169



ଆତ୍ମ ପ୍ରଶଂସାରେ ବିଭୋର ମୁଁ ରାଜା ଧୃତରାଷ୍ଟ୍ର,

ପୁତ୍ରମୋହ ରାଜ୍ୟମୋହ କ୍ଷମତାର ମୋହ-

ଚକ୍ଷୁହୀନ ହେଲେ ବି ମୁଁ ନାହିଁ ମୋ ଶୋଚନା |


ସଞ୍ଜୟ ମୋ ଦିବ୍ୟଦୃଷ୍ଟି କରେ ଦର୍ଶନ ଵର୍ଣ୍ଣନ,

ଭୀଷ୍ମପରି ଅଷ୍ଟବସୁ ଅଛନ୍ତି ମୋ ପାଶେ |

ଦୁର୍ଯ୍ୟୋଧନ ପରି ମାନି ମୋର ଜ୍ୟୋଷ୍ଠପୁତ୍ର,

ଶତପୁତ୍ରର ଜନନୀ ଗାନ୍ଧାରୀ ମୋ ପତ୍ନୀ |


ବଳେବଳେ ଗର୍ବ ଆଉ ଅହଂକାର ଆସେ,

ମୁଁ ଜାଣେ କୁରୁବଂଶ ସଦା ନିରାପଦ |

ମୋର ବାହୁବଳ କଥା ଜାଣିଛନ୍ତି ଇନ୍ଦ୍ର,

ବଜ୍ରକୁ ମୁଁ ଭାଙ୍ଗିପାରେ କରି ଖଣ୍ଡଖଣ୍ଡ |

ଲୌହସ୍ତମ୍ଭ ମୋ ଆଗରେ ସାମାନ୍ୟ କୁଶାଗ୍ର |


ଧର୍ମବଳ କର୍ମବଳ ଆଉ ପୁଣ୍ୟବଳ,

ସଞ୍ଚିତ ରହିଛି ପୂର୍ବପୁରୁଷଙ୍କ ସବୁ ଆଶିର୍ବାଦ |

ଶାଳକ ମୋ ରାଜପୁତ୍ର ଗାନ୍ଧାର ରାଜ୍ୟର,

ସଦା ସହାୟକ ପୁଣି ଗୁରୁ ଦ୍ରୋଣାଚାର୍ଯ୍ୟ |


ଅନୁମୋଦନ କରୁଛି ଦୁର୍ଯ୍ୟୋଧନର ପ୍ରସ୍ତାବ,

ଯୁଦ୍ଧହେଉ କୁରୁକ୍ଷେତ୍ରେ ମହାଭାରତର |

ରଣକ୍ଷେତ୍ରେ ମୃତ୍ୟୁହେଲେ ହେବ ସ୍ୱର୍ଗଲାଭ,

ଶତ୍ରୁକୁ ନିପାତ କଲେ ହେବ ନିଷ୍କଣ୍ଟକ ରାଜ୍ୟଲାଭ |


ଏ'କଥା ତ ଚକ୍ରଧାରୀ ଶ୍ରୀକୃଷ୍ଣଙ୍କ ଭାଷା,

ଶକ୍ତିଶାଳୀ ପ୍ରତିପକ୍ଷକୁ ହରାଇବା ମୋର ଏକମାତ୍ର ଲକ୍ଷ୍ୟ |



Rate this content
Log in

Similar oriya poem from Classics