STORYMIRROR

Prafulla Das

Classics

3  

Prafulla Das

Classics

ଛାଡ଼ ଏତେ ଚିନ୍ତା କରି ଲାଭ ନାହିଁ

ଛାଡ଼ ଏତେ ଚିନ୍ତା କରି ଲାଭ ନାହିଁ

1 min
186


ଜୀବନ ଜଞ୍ଜାଳ ନିରିମୂଳି ଲତା

ଝାଂକି ମାଡ଼ି ଵସେ ମୋତେ

ସମସ୍ୟା ର ଡାଳ ଅଭାବ ର ଫଳ

ସଂସାର ଗଛରେ ଗଣ୍ଡି ଟାଏ ମୁହିଁ

ସିଏ ଶୋଷୁଥାଏ  ସେତେ


କିଏ ଚାରିମାଣ ଭାଗ ଚାଷ କରି

ସାହୁକାରେ ପାତି ହାତ

ଅଦିନିଆ ମେଘ ଉଜାଡି ଦେଲା

ପାଞ୍ଚ ପରାଣୀକୁ  ଦି ବେଳା ଦି ଗୁଣ୍ଡା

ଯୋଗାଇ ପାରୁନି  ଭାତ


ଛୋଟିଆ ଵେପାର 

ତା ପରେ ନିର୍ଭର ପୁରା ପରିବାର

କେତେ ଯେ ହୋଇ ବ ଲାଭ ?

ଲାଭ କଥା ଛାଡ଼ ........

ମୁଳ ଖାଇ ଯାଏ

ଖା କି ନ''ଖା

ମହାଜନ  ଆଗେ  ନଵ ।।।।।


ଛୋଟ ଚାକିରୀ ଟିଏ  

କରିଥିଲା  ସିଏ

ଆଶା  ଵୈତରଣୀ ସପନ ଦେଖନ୍ତି ଛୁଏ

ବୟସ ତାଙ୍କର କେତେ ବା ହୋଇଛି

ସଂସାର ବନର ଗହନ କଥାକୁ

ବୁଝି ପାରିଵେ  କି  ସିଏ


ଦେହ ଧରି ରୋଗ ଵୈରାଗ

ବାଦ  ପଡିଛି  କିଏ ??

ମହରଗ ଯୁଗେ ମଲା ଠୁ ଘୋସରା

ବଳି ପଡ଼ଇ  ସିଏ

ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି

ପୁରୁବ  ପୁରୁଷ  କୁହେ

ସଂସାର ଜଞ୍ଜାଳ ନିରିମୂଳି ଲତା

ମୁକୁଳି ପାରିବ କିଏ ??


ପାସେ ବସି ଆସି

ଘରଣୀ ପୁଛଇ  ଦଃଖକୁ  ଲୁଚେଇ

ମୁରୁକି ଟିଏ  ହସି

ଚିନ୍ତା କଲେ କଣ  ସବୁ ସମାଧାନ

ଯିଏ ତ ଦେଇଛି  

ସିଏ  ଚଳଉଛି

ଛାଡ଼  ଏତେ ଚିନ୍ତା କରି  ଲାଭ  ନାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics