STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ମିତରେ ମିତ

ମିତରେ ମିତ

1 min
242

ମିତରେ ମିତ

ଆଜି ଲେଖୁଛି ତୋ ପାଇଁ ଏ

ହୃଦୟ ଗୀତ

ଅସଜଡ଼ା ଆସାଇତା

ହେଲେ ଆବେଗ ଭରା ଏ ସଂଗୀତ

ନା କିଛି ପାଇବାର ନିଶା

ନା ହଜେଇଦେବାରେ ନିରାଶା

ବାସ ମନ ଖୋଜେ ମନ ଟିଏ

ହୃଦୟ ଖୋଜେ ହୃଦୟ ଟିଏ

ଉପସମିତ କରିବାକୁ ଏ ମନର ନିଆଁ ll

ଯୁଆଡେ ଗଲେ ବି

ଖାଲି ଅଶାନ୍ତ ଝଡ଼

ହିଂସା ଅନ୍ୟାୟ ର ଘନଘଟା

ଦୂଷିତ ପାଣି ଆଉ ଦୂଷିତ ପବନ

ତା ସଂଗେ ଏ ଦୂଷିତ ମନ

ହାହାକାର ଲାଗେ ଏ ଜୀବନ

ତ୍ରାହି ତ୍ରାହି ର ଆକୁଳ ଆବେଦନ ll

ରକତ ର ମୁଲ ଏଠି ପାଣି ଠାରୁ ଶସ୍ତା

ବିଷମ ଏ ଜୀବନ

ଲାଗେ କି ହୀନସ୍ତା

ଦେହ କିଣେ ଟଙ୍କା

କିନ୍ତୁ ମନଟା ଥାଏ ଫାଙ୍କା ଫାଙ୍କା ll

ସତେ ଲାଗେ ଏ ଜୀବନ

ଏକ ଯାଯାବର

ଅଭିନୟ ର ସୌଦାଗର

ନା କିଏ ନିଜର ନା କେହି ଏ ଜୀବନର

ଅଦୃଶ୍ୟ ପଥ ର ପଥିକ

ବେଦନା ପୂର୍ଣ୍ଣ ଅତୀତ

ଅଭିଶପ୍ତ ବର୍ତ୍ତମାନ 

ଆଉ ଅନିଶ୍ଚିତ ଭବିଷ୍ୟତ

ତଥାପି ଗାଇ ବାକୁ ପଡିଥାଏ

ଏକ ଅନିଚ୍ଛା ଜୀବନ ସଂଗୀତ ll

ଚାଲ ମିତ ହଜିଯିବା ସେଇ ଦୂର ଦିଗବଳୟ ରେ

ଯେଉଁଠି ଖାଲି ଶାନ୍ତି ଆଉ ଶାନ୍ତି

ନା ଥିବ ଆଶା ଅସୁମାରୀ

ନା କେହି ଥିବେ ଏ ଜୀବନ ବଇରୀ

ନା ଭୟ ଥିବ ଜଳନ ର ନା ଥିବ ପୀଡ଼ନ ର

ଖାଲି ଶୁଭୁଥିବ ଓଁକାର ଓଁକାର ଓଁକାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract