ଶେଷଚିଠି
ଶେଷଚିଠି
ତାରାମାନଙ୍କ
ଖିନ୍ଧାଖୁନ୍ଧି ଭିଡ଼ ଭିତରେ
କୋପୋଳ କଳ୍ପିତ
ଦିଗବଳୟ,
କେବେ ହସିଛି
ଆଉ
କେବେ ସେ ହସକୁ ଭୁଲି ଯାଇଛି ମନେ ନାହିଁ
ଜହ୍ନର,
ରାତ୍ରିର
ଖାଁ ଭାଁ ନୀରବତା ଭିତରେ ମୁଣ୍ଡଟେକି ଠିଆ ହୋଇଥିବା
ସହରତଳି ବସ୍ତିର ଖପରାଘରର
ମାଟି କାନ୍ଥରେ ଲିପି ଦେଇ ଭୁଲି ଯାଇଛି
ସ୍ମୃତିରେ ସାଇତା ଯେତେସବୁ ପ୍ରେମିକର ପ୍ରତିଛବି
ଜହ୍ନ,
ନାଟକର ବିରାମ ପରେ ପରଦା ଉପରେ
ଝଲକୁ ଥିବା
ସେଇ ଚରାଚରିତ ଶବ୍ଦ
ଏଥୁ ଅନ୍ତେ,
ଛାତି ଥରି ଉଠେ
ଦେଖି
ଆଜିର ଖବର କାଗଜରେ ପଢି ଥିବା ଶୀର୍ଷକ,
ରେଳଧାରଣା ଉପରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିବା
କିଶୋର ପ୍ରେମିକ
ଆଉ
ପକେଟରୁ ବାହାରିଥିବା
ପ୍ରେମିକାର
ନିଚ୍ଛକ ପ୍ରତିଛବି ସହ
ତା ହାତ ଲେଖାି
ଶେଷଚିଠି !