STORYMIRROR

Sanjya Tripathy

Romance

3  

Sanjya Tripathy

Romance

ନାରୀ

ନାରୀ

1 min
282


ଏବେ ବୟସର ଅପରାହ୍ନରେ ପାଦ ଦେଇଛି

ବୟସର ବାସବଭା- ବିଶ୍ୱବିମୋହିନୀ ନାରୀ

ସେୟା ତା ଆକର୍ଷଣର ଗୁରୁତ୍ବ ହରାଉଛି

ନା ରୂପର ମାଦକତାରେ ଚାରି ଚାନ୍ଦ ଲଗାଇଛି

ତାହା ସମୟ କହିବ,

କାରଣ ସମୟକୁ ବି ରୋକିବାର ସାମର୍ଥ୍ୟ ରଖିଛନ୍ତି ସେ

ଯେ କି ଏକ ମହାଜାଗତିକ, ଅତୀନ୍ଦ୍ରିୟ ଚେତନାରେ

ପରିପୁଷ୍ଟ ସଭା

ସାଧାରଣ ମଣିଷର କ୍ରିୟା ପ୍ରତିକ୍ରିୟା ରତିକ୍ରିୟା

ପରକୀୟା ପୀତ୍ରି ଏଠି ଅର୍ଥହୀନ

ସେ ଏକ ଭାବଲେଶହୀନ ଚେହେରା

ଅର୍ଥହୀନ, ମୂଲ୍ୟବୋଧ ହୀନ ଜୀବନର ପ୍ରତୀକ

ତାରି ଅସହାୟତାର ଖରିଦଦାର ଅନେକ

ରୂପର ବିପଣୀରେ ଘୁରିବୁଲୁଥିବା ଚରିତ୍ର ଗୁଡିକ

ନାରୀ ମାଂସ ଲୋଭୀ, କାମାତୁର, ବିପର୍ଯ୍ୟସ୍ତ ଗୋଷ୍ଠୀ

ପର୍ଯ୍ୟନ୍ତ ଗୋଷ୍ଠୀ ।

ଏ ବାଧ୍ୟବାଧକତା ନୁହଁ କି ଅଂତିମ ବିକଳ୍ପ ନୁହେଁ

ଏହା ତାଙ୍କର ଜନମଗତ ଅଧୁକାର ଷ୍ଟାଟସ ସିମ୍ବ

କାରଣ ବୀରଭୋଗ୍ୟ ବସୁନ୍ଧରା ପରି ନାରୀ - .

ବହୁଭୋଗ୍ୟ

ସମ୍ମୁଜ୍ଜଳ ଐତିହ୍ୟ ସଂପନ୍ନ ଭାରତବର୍ଷର ନୂଆଁ

ଚିନ୍ତାଧାରା

ଚଲ୍ୟତା କାରରେ ଗଣଦୁଷ୍କର୍ମ ସେକ୍ସ ଭିଡିଓ ଭାଇରାଲ

ଅବାଧ ଯୌନ କାରବାରର ଅନୁକରଣ

ଏପରିକି ସୁନ୍ଦରୀ ନାରୀ ଶବ ସହ ସହବାସର,

ଋଷି ମୁନିଙ୍କ ବୈଦିକ ଭାରତରେ

ଗୁରୁକୁଳ ଆଶ୍ରମର ମହନୀୟ ପରଂପରାରେ

ନୈତିକ ମୂଲ୍ୟବୋଧରେ ଭରପୁର ସଂପର୍କର ସୁରମ୍ୟ

ସୃଜନଶୀଳତାରେ

ସାଂପ୍ରତିକ ଘଟଣାବଳୀ ପ୍ରତିଫଳିତ ହେଉଛି

ବ୍ୟତିକ୍ରମ ଏକ ଶ୍ରବଣୀ କବିତାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance