ଶ୍ରୀ ଗୋପୀନାଥ
ଶ୍ରୀ ଗୋପୀନାଥ


ଶ୍ରୀ ଗୋପୀନାଥ--ରାଧା ଗୋପୀନାଥ,
ଜୟ ରାଧେ ଶ୍ରୀ ରାଧେ
ତୋ ବଇଂଶୀ ବଜେଇଦେ- ପରାଣ ମିତ ।
କେଶବ ତୁ ବୋଲାଉଛୁ
ରାଧା ପ୍ରାଣ ବଲ୍ଲଭ
ମୋହନ ତୋ ବେଣୁସ୍ୱରେ
ଫୁଟେ କେଳି କଦମ୍ବ
ମୟୂରଚୂଳିଆ କହ-କିଏ ଚୋର
ଚୋରି କଲା- ମୋର ଚିତ୍ତ ।
ଶ୍ରୀ ଗୋପୀନାଥ----
ସହିପାରୁ ନାହିଁ ଆଉ
ଅପନିନ୍ଦା ଗଞ୍ଜଣା
ଗୋପନଗରୀରେ ବାଜେ
ଡିବି ଡିବି ବାଜଣା
ମନ୍ଦ ହାସେ- ହଜି ଗଲା- ମୋ ମହତ ।
ଶ୍ରୀ ଗୋପୀନାଥ-----
ବସିଅଛି ଚାହିଁ ମୁହିଁ
କୁଞ୍ଜ ବନ କାନନେ
ଦିଶୁଛି କଳା ଶ୍ରୀ ମୁଖ
ମନ ଯମୁନା ରଙ୍ଗେ
ଶୀଘ୍ର ଆସ- ପ୍ରାଣ ନାଥ-ମନ ଉଚ୍ଚାଟ ।
ଶ୍ରୀ ଗୋପୀନାଥ----
--------