STORYMIRROR

bishnu padhi

Romance

3  

bishnu padhi

Romance

ପହିଲି ପ୍ରେମ ବିଷ୍ଣୁ ପାଢ଼ୀ

ପହିଲି ପ୍ରେମ ବିଷ୍ଣୁ ପାଢ଼ୀ

1 min
170

ପହିଲି ପ୍ରେମର ପହିଲି ସ୍ମୃତି

ଗୋରି ତୋ ଚାହାଣୀରେ

ହେଲି ମୁଁ ପ୍ରୀତ ।

ଶୁଭ୍ର ନାରଙ୍ଗୀ ବସନେ ତୋର

ମୋହି ନେଇଗଲା ମନ କୁ ମୋର

ନିଶା ମୁଖେ ତୁମ ଅଗଣା ରେ

ଗୋଲାପ ରଜନୀ ଗନ୍ଧା ର

ମଧୁ ସୁରଭି ରେ..............

ପହଞ୍ଚିଲି ମୁଁ

ଠିକ୍ ସେତିକି ବେଳେ

ଇଷତ୍ ଲାଲ ମିଶ୍ରିତ ନୟନେ

ଅଭିମାନ ଥିଲା କାହା କଷଣେ

ବାଙ୍କ ଚାହାଣୀରେ ତୁମ

ଭୟାଳୁ ହୋଇଗଲା

ମୋ ପରି ଦ୍ରୁମ

ତଥାପି ମୁଁ ସାହସ                             

ଗୋଟେଇ ଗୋଟେଇ ସଞ୍ଚୟ କଲି

ଆଖି ମିଶାଇବାକୁ ଚେଷ୍ଟା କଲି

ଜ୍ଞାନ ଶୂନ୍ୟ ହୋଇଗଲି ସତ

କରିଦେଲ ସତେ ମନର ମିତ

ଆଜି ଯାଏ ମୁଁ

ଅନେକ ଅନେକ ଅନେକ

ଅପେକ୍ଷାରତ ।

କଥା ଦିଅ ଆମ ଘରକୁ

ତୁମେ ଆସିବାତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance