ତୁମେ ଆସିବ ତ !
ତୁମେ ଆସିବ ତ !
ବୈଶାଖର ତପ୍ତ ରୁଦ୍ରରେ
ଜୀବନ ଜୁଇକୁ
ପ୍ରଶମିତ କରିବାକୁ
ତୁମେ ଆସିବ ତ !
ଚଇତିର ପତ୍ର ଝଡା ପରେ
ପଲ୍ଲବିତ କରିବାକୁ
ଜୀବନ ବୃକ୍ଷରେ
ତୁମେ ଆସିବ ତ !
ବୈଶାଖର ଲୁ-ରେ
ଜୀବନ ତୃଷ୍ଣା ମେଣ୍ଟାଇବା ପାଇଁ
ତୁମେ ଆସିବ ତ !
ନୂତନ ବର୍ଷର ନୂଆ ଅଭିନବ
ନୂତନ ଜୀବନର ସଞ୍ଚିତ ବୈଭବ
ପରଷି ଦେଇ ମୋ ଅଗଣାରେ
ହର୍ଷିତ ମନେ ଗ୍ରହଣ କରିବାକୁ
ତୁମେ ଆସିବ ତ !
ମୋ ମନ ସରୋବରରେ
ପଦ୍ମ ପରି ଫୁଟି ଉଠି
ବାସ ଚହଟା ଇବା ପାଇଁ
ଆସିବ ତ ତୁମେ !

